ବିନା ମେକ୍‌ଅପ୍‌ରେ ବିପାଶା, ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ବ୍ଲାକ୍‌ ବିୟୁଟି ଅଭିନେତ୍ରୀ ବିପାଶା ବସୁ ଅଭିନେତା କରଣ ସିଂ ଗ୍ରୋଭରଙ୍କୁ ବିବାହ କରିବା ପରେ ଫିଲ୍ମ ଜଗତକୁ ପ୍ରତ୍ୟାବର୍ତ୍ତନ  କରି ନ ଥାଇପାରନ୍ତି, କିନ୍ତୁ ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରହୁଛନ୍ତି। ନିକଟରେ ବିପାଶା ତାଙ୍କର ବିନା ମେକଅପର କିଛି ଫଟୋ ପୋଷ୍ଟ କରିଥିଲେ। ସେ ଏହି ଫଟୋରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ବୋଲି ପ୍ରଶଂସକମାନେ କହିଛନ୍ତି। ଏହି ଫଟୋଗୁଡ଼ିକ ଶେୟାର କରି ବିପାଶା କ୍ୟାପଶନ୍‌ ଲେଖିଛନ୍ତି, ଏକ ଶ୍ୟାମଳୀ ଝିଅର ଫଟୋ। ଏହା ପରେ ତାଙ୍କର ଅନେକ ପ୍ରଶଂସକ ତାଙ୍କୁ ସୁନ୍ଦର କହିଥିବାବେଳେ ଆଉ କିଛି ୟୁଜର ମଧ୍ୟ ତାଙ୍କ କେଶ ଧଳା ହେବା ଉପରେ କମେଣ୍ଟ ଦେଇଛନ୍ତି। ବିପାଶାଙ୍କ ଜଣେ ପ୍ରଶଂସକ ଲେଖିଛନ୍ତି ମା’, ତୁମେ ବିନା ମେକ୍‌ଅପ୍‌ରେ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛ। ଆଉ ଜଣେ ଲେଖିଛନ୍ତି, ତୁମେ ଏତେ ସୁନ୍ଦର କାହିଁକି? ସେହି ସମୟରେ ଜଣେ ୟୁଜର ଲେଖିଥିଲେ ବର୍ତ୍ତମାନ ତୁମ କେତେ ବୟସ। ତୁମେ ପୁରୁଣା ଦେଖାଯାଉଛ। ବିପାଶାଙ୍କ ଏହି ଫଟୋଗୁଡ଼ିକୁ ବର୍ତ୍ତମାନ ସୁଦ୍ଧା ୧ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

Share