ବିନା ଶାର୍ଟରେ କ୍ୟାଟ୍‌ଙ୍କ ସହ ପାର୍ଟିକୁ ଯାଇଥିଲେ ଭାଇଜାନ : ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଦବଙ୍ଗ ଖାନ୍‌ ସଲମାନ ଶାର୍ଟଲେସ୍‌ ଆକ୍ଟର ଭାବେ ବଲିଉଡ୍‌ରେ ଜଣାଶୁଣା। ତାଙ୍କର ଅଧିକାଂଶ ଫିଲ୍ମରେ ଯେମିତି ହେଲେ ଗୋଟିଏ ଶାର୍ଟ ଖୋଲା ସିନ୍‌ ଥିବ। ବଡି ଦେଖାଇ ଦର୍ଶକଙ୍କ ହୃଦୟ ଜିତି ଯାଇଥାନ୍ତି ଭାଇଜାନ। ଇଏ ତ ରିଲ୍‌ ଲାଇଫ୍‌ କଥା ରିୟଲ ଲାଇଫ୍‌ରେ ମଧ୍ୟ ବେଳେବେଳେ ଏମତି ହୋଇଛି। ଶାର୍ଟ ଖୋଲି ଏକ ପାର୍ଟିରେ ଯୋଗ ଦେଇଥିଲେ ଭାଇଜାନ। କହିରଖୁଛୁ, ସଲମାନଙ୍କ ଜଣେ ଘନିଷ୍ଠ ବନ୍ଧୁ ଏହି ଶାର୍ଟଲେସ୍‌ ଫଟୋ ଏବେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। କିଛିବର୍ଷ ତଳେ ଏକ ପାର୍ଟିରେ ସଲମାନ ଜିନ୍‌ସ ପ୍ୟାଣ୍ଟ ସହିତ ଏକ ବ୍ୟାନିୟନ ପିନ୍ଧି ଯାଇଥିଲେ। ‘ମେନେ ପ୍ୟାର କ୍ୟୁଁ କିୟା’ ରେ ସଲମାନଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ ବୀଣା କକ୍‌। ସେହିଦିନଠାରୁ ସଲମାନ ଆଉ ବୀଣାଙ୍କ ପରିବାରରେ ଘନିଷ୍ଠତା ରହିଆସିଛି।

ବୀଣାଙ୍କ ପରିବାରରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ସଲମାନ ଜିନ୍‌ସ ସହ ବ୍ୟାନିୟନ ପିନ୍ଧି ଯାଇଥିଲେ। ଖାଲି ସେତିକି ନୂହେଁ ପୂରା ପାର୍ଟିରେ ସେ ଖୁବ୍‌ ଏନ୍‌ଜୟ କରିଥିଲେ। ଏହି ବିବାହ ଉତ୍ସବରେ ସଲମାନଙ୍କ ପିଲାଳିଆମୀ ବେଶ୍‌ ହାସ୍ୟରୋଳ ସୃଷ୍ଟି କରିଥିଲା।

ସଲମାନ ଶୋଇକି କନ୍ୟାକୁ ମେହେନ୍ଦୀ ଲଗାଇ ଦେଉଥିଲେ। ସେତେବେଳେ କ୍ୟାଟ୍ରିନାଙ୍କ ସହ ସଲମାନଙ୍କ ଡେଟ୍‌ ଚାଲିଥିଲା। ଏହି ବିବାହ ଉତ୍ସବରେ ସଲମାନଙ୍କ ସହ କ୍ୟାଟ୍ରିନା ବି ଯାଇ ଥିଲେ। କ୍ୟାଟ୍‌ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ ଅଭିନେତ୍ରୀ ବୀଣା। କ୍ୟାଟ୍‌ଙ୍କୁ ଚନ୍ଦନ ଲଗାଇ ସେ ସ୍ବାଗତ କରିଥିଲେ। କିଛିବର୍ଷ ତଳର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share