ବିନା ସୂଚନାରେ ସୁରଟରୁ ଫେରିଥିଲେ, କ୍ୱାରାଣ୍ଟାଇନ୍‌ରେ ରଖିଲା ପ୍ରଶାସନ

ଭଦ୍ରକ ଅଫିସ,୩।୫: ସୁରଟରୁ ଭଦ୍ରକ ଜିଲା ପ୍ରଶାସନର ବିନା ସୂଚନାରେ ଆସିଥିବା ୮ ଜଣଙ୍କୁ ପ୍ରଶାସନ ପକ୍ଷରୁ କ୍ୱାରାଣ୍ଟାଇନରେ ରଖାଯାଇଛି। ଏହି ବ୍ୟକ୍ତିମାନେ ସୁରଟରୁ ଗଞ୍ଜାମକୁ ଆସୁଥିବା ଏକ ବସ୍‌ରେ ଆସିଥିଲେ। ପରେ ଗଞ୍ଜାମରୁ ଏକ ବସ୍‌ ଯୋଗେ ଭଦ୍ରକ ଆସି ବନ୍ତ ଛକ ପୋଲ ତଳେ ଓହ୍ଲାଇଥିଲେ। ଖବର ପାଇ ପୋଲିସ ସେମାନଙ୍କୁ ନେଇ ଧାମନଗର ଛକ କ୍ୱାରାଣ୍ଟାଇନରେ ଛାଡ଼ିଥିବା ସୂଚନା ମିଳିଛି।