ବିନା ସ୍ପର୍ଶରେ ବିମାନରେ ବସିବେ ଯାତ୍ରୀ

ଭୁବନେଶ୍ୱର, ୧୧।୫(ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ଏକ ବିଶେଷ ପଦକ୍ଷେପ ନେବାକୁ ଯାଉଛନ୍ତି। ତଦନୁଯାୟୀ ଏଣିକି ନିବା ସ୍ପର୍ଶରେ ଯାତ୍ରୀ ବିମାନରେ ବସିପାରିବେ। ବିମାନବନ୍ଦର ଟର୍ମିନାଲ ଭିତରେ ଯାହା ସବୁ କାର୍ଯ୍ୟ ହେବ ସବୁ ‘ନନ୍‌ ଟଚ’ ହେବ । ପ୍ରବେଶ ପଥ, ଟିକେଟ, ଚେକ ଇନ କାର୍ଯ୍ୟ ସବୁ ବିନା ସ୍ପର୍ଶରେ ହେବ । ଏକ ସୱତନ୍ତ୍ର ଯନ୍ତ୍ର ମାଧ୍ୟମରେ ପରିଚୟପତ୍ର ଓ ଟିକେଟ ଯାଞ୍ଚ କରାଯିବ । ପୂର୍ବରୁ କର୍ମଚାରୀମାନେ ହାତରେ ଟିକେଟ ଯାଞ୍ଚ କରୁଥିଲେ । ଲକ୍‌ଡାଉନ ଉଠିବା ପରେ ସୁରକ୍ଷା ପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯିବ ।
ବିମାନ ବନ୍ଦର ପରିସରରେ ଏହି ସବୁ କାର୍ଯ୍ୟ ପାଇଁ ବିମାନ ବନ୍ଦରର ଆଧୁନିକୀକରଣ କାମ ବି ଆରମ୍ଭ ହୋଇଛି। ବିମାନ ବନ୍ଦର ପରିସରରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ବା ଏଟିସି ଟାୱାର, ପାରାଲାଲ ଟାକ୍ସି ବେର କାମ ମଧ୍ୟ ଆରମ୍ଭ ହୋଇଛି।

Share