Categories: ଜାତୀୟ

ବିନା ହ୍ୟାଣ୍ଡେଲ୍‌ ସାଇକେଲରେ ଦିଲ୍ଲୀ ପହଞ୍ଚିଲେ ହନୁମାନ ଭକ୍ତ: କେଜରିଓ୍ବାଲଙ୍କୁ ଦେବେ ଆଶୀର୍ବାଦ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ବିପୁଳ ବିଜୟ ହୋଇଛି। ଏଏପି ମୁଖ୍ୟ ଅରବିନ୍ଦ କେଜରିଓ୍ବାଲଙ୍କୁ ଆଶୀର୍ବାଦ ଦେବା ପାଇଁ ଜଣେ ହନୁମାନ ଭକ୍ତ ହରିୟାଣାରୁ ବିନା ହ୍ୟାଣ୍ଡେଲ୍‌ ସାଇକେଲରେ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି। ଏବେ ସେହି ବ୍ୟକ୍ତିଙ୍କୁ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ନିର୍ବାଚନ ଫଳାଫଳ ପ୍ରକାଶ ପାଇବାପରେ କେଜରିଓ୍ବାଲ ହନୁମାନଙ୍କୁ ଦର୍ଶନ କରିବା ସହିତ ଏହା ପବନ ପୁତ୍ରଙ୍କ ଯୋଗୁ ସମ୍ଭବ ହୋଇଥିବା କହିଥିଲେ।

Share