ବିନ୍ଦୁସାଗର ପାଣିରେ ଯୋଗ

ଭୁବନେଶ୍ୱର,୨୧।୬(ବ୍ୟୁରୋ): କିଛି ମିନିଟ ନୁହେଁ ବରଂ ଘଣ୍ଟା ଘଣ୍ଟା ଧରି ପାଣିରେ ରହିପାରନ୍ତି ସେ। ଏହା କେବଳ ଯୋଗ ପାଇଁ। ରବିବାର ଅନ୍ତର୍ଜାତୀୟ ଯୋଗଦିବସ ଅବସରରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବିନ୍ଦୁସାଗରରେ। ଖ୍ୟାତନାମା ଯୋଗ ସାଧକ ଅଶୋକ ବରାଳ ପାଣିରେ ଯୋଗ କରି ନିଜର ବାର୍ତ୍ତା ଦେଇଛନ୍ତି। ଯୋଗର ବିଭିନ୍ନ ପ୍ରକାର ଭିତରେ ପାଣିରେ ସେ ଯୋଗ କରିଆସୁଛନ୍ତି। ଅନେକଙ୍କୁ ସେ ଶିକ୍ଷାଦାନ ମଧ୍ୟ କରିଛନ୍ତି। ଯୋଗଦ୍ୱାରା ନିଜକୁ ସୁସ୍ଥ ରଖିହେବ ବୋାଲି ସେ କୁହନ୍ତି।

Share