Categories: ମେଟ୍ରୋ

ବିନ୍ଦୁସାଗର ବୋଇତ ବନ୍ଦାଣ ଉତ୍ସବ-୨୦୧୯ ପ୍ରସ୍ତୁତି ବୈଠକ: ୮ ଜଣ ପାଇବେ ଏକାମ୍ର ସମ୍ମାନ ପୁରସ୍କାର

ପୁରୁଣା ଭୁବନେଶ୍ୱର, ୧୦।୧୧(ଡି.ଏନ.ଏ.): ଚଳିତବର୍ଷ ବିନ୍ଦୁସାଗର ବୋଇତ ବନ୍ଦାଣ ଉତ୍ସବ ପାଳିତ ହେବ। ଏହି ଉପଲକ୍ଷେ ଭୁବନେଶ୍ୱର ସାଂସ୍କୃତିକ ପରିଷଦର ପ୍ରସ୍ତୁତି ବୈଠକ ସଭାପତି ତଥା ରାଜ୍ୟ ବିଜ୍ଞାନ ଓ କାରିଗରି କୌଶଳ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ସମାଜରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୭ ଜଣ ବ୍ୟକ୍ତି ଏକ ସାମାଜିକ ସଂସ୍ଥା ବିଶେଷଙ୍କୁ ‘ଏକାମ୍ର ସାଂସ୍କୃତିକ ସମ୍ମାନ’ ପ୍ରଦାନ କରାଯିବ। ପ୍ରେସ୍‌ ଇନଫରମେଶନ ବ୍ୟୁରୋର ପ୍ରାକ୍ତନ ମହାନିର୍ଦ୍ଦେଶକ ଉମାକାନ୍ତ ମିଶ୍ର, କ୍ରିକେଟର ତଥା ୧୯ ବର୍ଷ କମ କ୍ରିକେଟର ଚୟନ ସମିତିର ଅଧ୍ୟକ୍ଷ ଦୀପକ ମଙ୍ଗରାଜ, ୟୁ-ଟ୍ୟୁବରେ ପ୍ରସାରିତ ଉତ୍କଳ କାର୍ଟୁନ ୱାର୍ଲଡର କାର୍ଟୁନ ଶୋ ଧାରାବାହିକରେ ନଟିଆ ଚରିତ୍ରର ନାୟକ ସ୍ମୃତି ରଞ୍ଜନ ମହାନ୍ତି, ସାମାଜିକ କର୍ମୀ ରମେଶ ଚନ୍ଦ୍ର ସାହୁ ଓ ନମିତା ସାହୁ, ଚିକିତ୍ସା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଶାଳିନୀ କୋଠକୋଣ୍ଡା ତଥା ସାମାଜିକ ସଙ୍ଗଠନ ମିସିଂ ଫାଉଣ୍ଡେଶନ ମନୋନୀତ କରାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପରିଷଦର ସମ୍ପାଦକ ଦୀପକ ମହାପାତ୍ର, ଉପସଭାପତି ସମରେନ୍ଦ୍ର ସାହୁ, ଡ. ସୁରେଶ ବାରିକ, ମନୋଜ ବେହେରା, ପ୍ରମୋଦ ମହାପାତ୍ର, ରାଜେନ୍ଦ୍ର ସମର୍ଥା, ବିରଞ୍ଚତ୍ ନାରାୟଣ ମହାସୁପକାର, ଜିତେନ୍ଦ୍ର କୁମାର ନନ୍ଦ, ଚନ୍ଦ୍ରଶେଖର ମଲିଆ ପ୍ରମୁଖ ଉପସ୍ଥିତ ଥିଲେ।

Share