Categories: ଜାତୀୟ

ବିପକ୍ଷଙ୍କୁ ନିର୍ବାଚନ କମିଶନଙ୍କ ଝଟ୍‌କା: ଭିଭିପାଟ୍‌ ଭୋଟ ଗଣତିରେ ହେବନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୨।୫: ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଯୋଗୁ ବିପକ୍ଷ ଦଳଙ୍କୁ ବୁଧବାର ଝଟ୍‌କା ଲାଗିଛି। ବିପକ୍ଷନେତା ମାନେ ଭିଭିପାଟ୍‌ ଏବଂ ଭୋଟର ତାଲିକା କାଗଜ ଟୁକୁଡା ମିଳାଇବା କାର୍ଯ୍ୟ ୫୦ ପ୍ରତିଶତ ହେବ ବୋଲି ଦାବି କରିଥିଲେ। ତେବେ ନିର୍ବାଚନ କମିଶନ ଏହା ଉପରେ ବିଚାର ବିମର୍ଷ କରି ଭିଭିପାଟ୍‌୍‌ରେ ଗଣତି କାର୍ଯ୍ୟ ପୂର୍ବପରି ହେବ ବୋଲି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏନେଇ ବିରୋଧର ଦଳ ନେତା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।

Share