Categories: ଜାତୀୟ

ବିପଦରେ ଗଣତନ୍ତ୍ର: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୧୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗୁରୁବାର କଡ଼ା ସମାଲୋଚନା କରିଛନ୍ତି। ଦେଶରେ ଗଣତନ୍ତ୍ର ବିପଦରେ ପଡ଼ିଥିବା ସୋନିଆ କହିଛନ୍ତି। ଏହା ସହିତ ସରକାରଙ୍କୁ ମିଳିଥିବା ଜନାଦେଶର ଦୂରୋପଯୋଗ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। କଂଗ୍ରେସ ମୁଖ୍ୟାଳୟରେ ଆୟୋଜିତ ଏକ ବୈଠକରେ ସୋନିଆ ଏହା କହିଛନ୍ତି। ଦେଶର ଆର୍ଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଥିବାବେଳେ ସରକାର ପ୍ରତିଶୋଧ ମୂଳକ ରାଜନୀତି କରିବାରେ ବ୍ୟସ୍ତ ରହିଥିବା ସେ କହିଛନ୍ତି। ଏପରି କରି ମୁଖ୍ୟ ସମସ୍ୟାଠାରୁ ଲୋକଙ୍କ ଧ୍ୟାନ ହଟାଇବା ଲାଗି ସରକାର ପ୍ରୟାସ କରୁଥିବା ସୋନିଆ ଅଭିଯୋଗ ଆଣିିଛନ୍ତି।

Share