Posted inଫୁରସତ

ବିପଦରେ ସାଇଗା ପ୍ରଜାତିର ହରିଣଙ୍କ ଅସ୍ତିତ୍ୱ

ମସ୍କୋ: ବିଶ୍ୱରେ ଅନେକ ପ୍ରକାରର ହରିଣ ପ୍ରଜାତି ଦେଖିବାକୁ ମିଳିଥାଏ। ସାଧାରଣତଃ ହରିଣଗୁଡ଼ିକୁ ସେମାନଙ୍କର ଶିଙ୍ଗ ଏବଂ ସୌନ୍ଦର୍ଯ୍ୟତା ପାଇଁ ବେଶ୍‌ ପ୍ରଶଂସା କରାଯାଇଥାଏ। କିନ୍ତୁ ଏପରି କିଛି ହରିଣ ପ୍ରଜାତି ରହିଛି, ଯେଉଁମାନଙ୍କ ବିଭିନ୍ନ ବୈଶିଷ୍ଟ୍ୟ ଖୁବ୍‌ ଅଦ୍ଭୁତ ଏବଂ ଅଜବ। ଶୀତଳ ଅଞ୍ଚଳରେ ପ୍ରତିକୂଳ ପରିସ୍ଥିତିରେ ବଞ୍ଚିବାର କ୍ଷମତା ପାଇଁ ସାଇଗା ପ୍ରଜାତିର ହରିଣ ବେଶ୍‌ ଜଣାଶୁଣା। ତେବେ ଅତ୍ୟଧିକ ଶିକାର ହେତୁ ସମ୍ପ୍ରତି ଏହି ପ୍ରଜାତିର ହରିଣଙ୍କ ଅସ୍ତିତ୍ୱ ବିପଦରେ ପଡ଼ିଛି।
ସାଇଗା ହରିଣଙ୍କୁ ଏକଦା ୟୁରୋପର ୟୁରୋସିଆ ପାହାଡ଼ିଆ ଅଞ୍ଚଳ, କାର୍ପୋଥିୟନ୍‌ ପର୍ବତମାଳା, ଚାଇନାର ଜୁଙ୍ଗରିଆ ଆଦି ଅଞ୍ଚଳରେ ଦେଖିବାକୁ ମିଳୁଥିଲା। କିନ୍ତୁ ବର୍ତ୍ତମାନ ଏହି ପ୍ରଜାତିର ହରିଣ କେବଳ ରୁଷିଆ ଏବଂ କାଜାଖସ୍ଥାନର ଅଳ୍ପ କିଛି ଅଞ୍ଚଳରେ ଦେଖାଯାଆନ୍ତି। ଅନ୍ୟାନ୍ୟ ଅଞ୍ଚଳରେ ଅତ୍ୟଧିକ ଶିକାର ହେତୁ ଏହି ପ୍ରଜାତିର ହରିଣ ବିଲୁପ୍ତ ହୋଇସାରିଲେଣି। ସାଇଗା ହରିଣର ଅନେକ ଅଜବ ବୈଶିଷ୍ଟ୍ୟ ରହିଛି। ସେମାନଙ୍କର ନାକ ଫୁଲିଯାଇଥିବା ସହ ମୁହଁ ଠିକ୍‌ ଓଟ ପରି ରହିଥାଏ। ସେହିପରି ଏହି ପ୍ରଜାତିର ହରିଣ ନିଜ ନାକରେ ଆଶ୍ଚର୍ଯ୍ୟଜନକ ଭାବେ ଗନ୍ଧ ବାରିପାରନ୍ତି, ଯାହା ସେମାନଙ୍କୁ ପାଗର ପରିବର୍ତ୍ତନ ସୂଚାଇବା ସହ କଠିନ ପରିବେଶରେ ବଞ୍ଚିବାକୁ ସକ୍ଷମ କରାଇଥାଏ। ସେମାନଙ୍କର ଫୁଲିଥିବା ନାକ ଦେଇ ଭିତରକୁ ଯାଉଥିବା ବାୟୁରୁ ଧୂଳି ଆପେ ବାହାରି ଯାଇଥାଏ। ସେହିପରି ଗ୍ରୀଷ୍ମଋତୁରେ ସେମାନଙ୍କ ନାକ ଦେଇ ଯାଉଥିବା ଗରମ ପବନ ଥଣ୍ଡା ହୋଇଯାଇଥାଏ ଏବଂ ଶୀତଦିନେ ନାକ ଦେଇ ଶରୀର ଭିତରକୁ ପ୍ରବେଶ କରୁଥିବା ଶୀତଳ ପବନ ଗରମ ହୋଇଯାଇଥାଏ।
ସ୍ଥାନାନ୍ତରିତ ପ୍ରାଣୀ ଭାବେ ସାଇଗା ହରିଣ ବେଶ୍‌ ପ୍ରସିଦ୍ଧ। ସେମାନେ ଶୀତଦିନେ ଥଣ୍ଡାରୁ ଏବଂ ଗ୍ରୀଷ୍ମଦିନେ ଗରମରୁ ରକ୍ଷା ପାଇବା ପାଇଁ କୌଣସି ଏକ ସ୍ଥାନରୁ ପ୍ରାୟ ହଜାର କିଲୋମିଟର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରନ୍ତି। ସାଇଗା ହରିଣର ଉପର ଚର୍ମ ଚିନାବାଦାମ ରଙ୍ଗର ହୋଇଥାଏ, ଯାହାକୁ କୋଟ କୁହାଯାଏ। ବିଭିନ୍ନ ଜଳବାୟୁରେ ବସବାସ କରୁଥିବାରୁ ଅନେକ ସମୟରେ ଏହି କୋଟର ଆକାର ମଧ୍ୟ ବଦଳିଥାଏ। ଗ୍ରୀଷ୍ମଋତୁରେ ଏହି କୋଟଟି ପତଳା ଏବଂ ହାଲୁକା ହୋଇଯାଉଥିବାବେଳେ ଶୀତଦିନେ ଏହା ମୋଟା ଏବଂ ଘନ ହୋଇଯାଇଥାଏ। ଶୀତଦିନେ ଏହି କୋଟ ଗ୍ରୀଷ୍ମଋତୁର କୋଟ ଅପେକ୍ଷା ପ୍ରାୟ ୨ ଗୁଣ ଲମ୍ବା ଏବଂ ୭୦% ମୋଟା ହୋଇଯାଏ। ସେପଟେ ସାଇଗା ହରିଣ ସାଧାରଣତଃ ଘାସ, ଛୋଟ ଛୋଟ ଉଦ୍ଭିଦ ଏବଂ ବୁଦା ପତ୍ର ଖାଇଥାନ୍ତି। ଅନେକଥର ସେମାନେ ଭଲ ଘାସ ଖାଇବା ପାଇଁ ଜେବ୍ରାମାନଙ୍କୁ ଅନୁସରଣ କରୁଥିବାର ଦେଖିବାକୁ ମିଳେ। ବିଷାକ୍ତ ଉଦ୍ଭିଦ ଖାଇବାର କ୍ଷମତା ମଧ୍ୟ ସାଇଗା ହରିଣଙ୍କର ରହିଛି। ଏହା ସେମାନଙ୍କ ସ୍ବାସ୍ଥ୍ୟକୁ କୌଣସି ହାନି ପହଞ୍ଚାଇ ପାରି ନ ଥାଏ।
ତେବେ ସାଇଗା ହରିଣକୁ ବହୁଳ ମାତ୍ରାରେ ଶିକାର କରାଯାଇ ସେମାନଙ୍କ ଶିଙ୍ଗକୁ ଚୋରା ଚାଲାଣ କରାଯାଇଥାଏ। ସେହିପରି ଏହି ପ୍ରଜାତିର ହରିଣଙ୍କ ଚର୍ମ ଏବଂ ମାଂସ ବଜାରରେ ଅଧିକ ମୂଲ୍ୟରେ ବିକ୍ରି ହୋଇଥାଏ। ଅନେକ ଶିକାରୀ ପ୍ରାଣୀ ମଧ୍ୟ ସାଇଗା ହରିଣଗୁଡ଼ିକୁ ନିଜ ଭୋକ ମେଣ୍ଟାଇବା ପାଇଁ ଶିକାର କରିଥାନ୍ତି। ଫଳରେ ଏହି ପ୍ରଜାତିର ହରିଣଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ: ଏତିକି ବର୍ଷ ବୟସରେ ନେଲେ ଶେଷ ବିଦାୟ

ଲଣ୍ଡନ,୨୭ା୧୧: ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ଜନ୍‌ ଆଲ୍‌ଫ୍ରେଡ୍‌ ଟିନିସ୍‌ଉଡ୍‌ଙ୍କର ୧୧୨ ବର୍ଷରେ ପରଲୋକ ହୋଇଯାଇଛି। ଇଂଲଣ୍ଡର ସାଉଥପୋର୍ଟ କେୟାର ହୋମ୍‌ରେ ସୋମବାର ତାଙ୍କର ଦେହାନ୍ତ...

ପ୍ରେମିକାଙ୍କ ପାଇଁ ସପ୍ତାହକୁ ୧୮ ହଜାର କି.ମି. ଯାତ୍ରା

ବେଜିଂ: ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଖବର ସମସ୍ତଙ୍କ ହୃଦୟ ଜିତିପାରିଛି। ଅଷ୍ଟ୍ରେଲିଆରେ ପଢ଼ୁଥିବା ଚାଇନାର ଜଣେ ଛାତ୍ର ନିଜ ଅଧ୍ୟୟନ ଓ ପ୍ରେମିକାଙ୍କ...

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri