ବିପଦସଙ୍କୁଳ ଅବସ୍ଥାରେ କନାଝୁରୁ ପୋଲ: ମରାମତି ଲାଗି ଦାବି

କୋଟଗଡ଼,୧୦।୯( ଡି.ଏନ.ଏ.): କନ୍ଧମାଳ ଜିଲା କୋଟଗଡ଼ ବ୍ଲକ ସୁବର୍ଣ୍ଣଗିରି ରାସ୍ତାରେ ଥିବା କନାଝୁରୁ ନାଳ ପୋଲ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ନିର୍ମାଣ ହୋଇଥିବା ଏହି ପୋଲର ଦୁଇ ପାର୍ଶ୍ୱ ଲଗାଣ ବର୍ଷାରେ ଧୋଇଯାଇଥିବା ବେଳେ ମାଟି ଧସି ରାସ୍ତାର ଅଧାଭାଗ ଦବି ଗର୍ତ୍ତ ସୃଷ୍ଟି ହୋଇଛି। ଏହି ପୋଲ ଉପରେ ସୁବର୍ଣ୍ଣଗିରି, ବାଣ୍ଡିଗୁଡ଼ା, ରଡ଼ା, ବାନ୍ଦାଗୁଡ଼ା, ସାରତୁଲ ଗ୍ରାମବାସୀ ନିର୍ଭରଶୀଳ ଥିବାବେଳେ ଯାନବାହନ ଚଳାଚଳରେ ବାଧା ଉପୁଜିଛି। ଉକ୍ତ ରାସ୍ତାର ମରାମତି ଲାଗି ବିଭାଗୀୟ ପ୍ରଶାସନ ପଦକ୍ଷେପ ନେବାକୁ ପୂର୍ବତନ ସରପଞ୍ଚ ପରାସର ପାଟମାଝି, ପୂର୍ବତନ ସମିତି ସଭ୍ୟା ସୁରେଖା ପାଟମାଝି, ମହାରାଜା ବଡ଼ସେଟ ପ୍ରମୁଖ ଦାବି କରିଛନ୍ତି।

Share