ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ

ଜମନକିରା,୨।୮(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ସଦର ମହକୁମାସ୍ଥିତ ମୁଖ୍ୟ ଛକ ଦେଇ ଯାଇଥିବା ଭୋଜପୁର ରାସ୍ତା କଡ଼ରେ ୨ ବର୍ଷରୁ ଅଧିକ ହେବ ଏକ ବିଦ୍ୟୁତ୍‌ ଖୁଣ୍ଟ ଝୁଲନ୍ତା ଅବସ୍ଥାରେ ରହିଛି। ଏ ନେଇ ଅଞ୍ଚଳବାସୀ ବାରମ୍ବାର ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ କରିଛନ୍ତି। ତେବେ ଖୁବ୍‌ଶୀଘ୍ର ଖୁଣ୍ଟକୁ ବଦଳାଇ ଦିଆଯିବ ବୋଲି ବିଦ୍ୟୁତ୍‌ ବିଭାଗ ଅଧିକାରୀ କହିଛନ୍ତି।

Share