ବିପଦସଙ୍କୁଳ ଅବସ୍ଥାରେ ରହିଛି ବିଦ୍ୟୁତ୍‌ ଖୁଣ୍ଟ

ସମ୍ବଲପୁର, ୧୫।୬ (ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଦଲେଇପଡା ପୋଲିସ କ୍ଲବ ଗଳିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଖୁଣ୍ଟର ତଳ ଅଂଶ ୮୦ ପ୍ରତିଶତ କଳଙ୍କି ଲାଗି ନଷ୍ଟ ହୋଇଯାଇଛି। କୌଣସି ସମୟରେ ଏହା ଭାଙ୍ଗି ପଡିବାର ଆଶଙ୍କା ରହିଛି। ଏ ନେଇ ଅଞ୍ଚଳବାସୀ ଗତ ୬ମାସ ହେବ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରି ଆସୁଛନ୍ତି। ହେଲେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଏହାକୁ ଗୁରୁତ୍ୱର ସହ ନେଇ ବିଦ୍ୟୁତ୍‌ ବିଭାଗ କର୍ତ୍ତୃପକ୍ଷ ତୁରନ୍ତ ଉକ୍ତ ଖୁଣ୍ଟକୁ ପରିବର୍ତ୍ତନ କରିବାକୁ ସାଧାରଣରେ ଦାବି ହେଉଛି।