ବିପଦସଙ୍କୁଳ ଆପ୍ରାନାଳ ପୋଲ ରାସ୍ତା

ବାଲିଗୁଡା,୯ା୯(ଡି.ଏନ.ଏ.)-ବାଲିଗୁଡ଼ା ବ୍ଲକ ବାରଖମା ରାସ୍ତାରେ ଥିବା ଆପ୍ରାନାଳ ପୋଲ ବିପଦସଙ୍କୁଳ ଅବସ୍ଥାରେ ରହିଛି ା ଲଗାଣ ବର୍ଷାରେ ପୋଲ ସଂଯୋଗୀକରଣ ରାସ୍ତା ପାର୍ଶ୍ୱ ଧୋଇଯାଇଛି। ଏପରି କି ମାଟି ଧସି ମୁଖ୍ୟ ରାସ୍ତାର ଅଧା ଦବିଲାଣି। ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ଯେ କୌଣସି ସମୟରେ ଉକ୍ତ ରାସ୍ତା ସମ୍ପୂର୍ଣ୍ଣ ଧୋଇଯିବା ସମ୍ଭାବନା ରହିଛି। ଆପ୍ରାନାଳ ପୋଲ ପରେ ପରେ ବାଲିଗୁଡା ବ୍ଲକର ୬ ପଞ୍ଚାୟତର ବହୁ ଗ୍ରାମ ରହିଛି। ଏହି ରାସ୍ତା କଳାହାଣ୍ଡି ଓ ବଲାଙ୍ଗୀର ଜିଲାକୁ ମଧ୍ୟ ସଂଯୋଗ କରୁଛି। ପୋଲ ପାର୍ଶ୍ୱ ଏହି ରାସ୍ତା ଧୋଇଗଲେ ଗାଡିମୋଟର ଚଳାଚଳ ବ୍ୟାହତ ହେବ। ଅନ୍ୟପକ୍ଷରେ ବିପଦସଙ୍କୁଳ ଅବସ୍ଥାରେ ଏହି ରାସ୍ତା ଥିଲେ ମଧ୍ୟ ସତର୍କ ହେବାକୁ ସୂଚନା ଦେବା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଉକ୍ତ ରାସ୍ତା ଉପରେ ତୁରନ୍ତ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ା

Share