ବିପଦସଙ୍କୁଳ ଶ୍ରେଣୀ ଗୃହରେ ଚାଲିଛି ପାଠପଢା

ତେଲକୋଇ,୧୪।୧୨(ଡି.ଏନ.ଏ.)- କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅନ୍ତର୍ଗତ ପୁରୁଜୋଡା ପଞ୍ଚାୟତରେ ଥିବା ୟୁ.ଜି.ଏମ ସ୍କୁଲ ରେ ୧ମ ଶ୍ରେଣୀ ଠାରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ୮୧ଜଣ ଛାତ୍ରୀଛାତ୍ର ଅଧୟନ କରୁଛନ୍ତି । ୪ଟି ଶ୍ରେଣୀ ଗୃହ ଥିଲେ ହେଁ ସେସବୁ ଘର କାନ୍ଥରେ ଫାଟ ସୃଷ୍ଟି ହୋଇଥିବାରୁ ବିପଦ ଶଙ୍କୁଳ ହୋଇପଡିଛି। ଏ ନେଇ ଅଭିଭାବକମାନେ ଉଦ୍‌ବେଗ ପ୍ରକାଶ କରିବା ପରେ ପଞ୍ଚାୟତ ପକ୍ଷରୁ ବ୍ଲକ ଶିକ୍ଷା ବିଭାଗକୁ ଅବଗତ କରାଯାଇଛି। ଏହା ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସ୍ଥାନୀୟ ସରପଞ୍ଚ ପରମେଶ୍ୱର ମୁଣ୍ଡା କହିଛନ୍ତି। ସେହିପରି ବିଦ୍ୟାଳୟର ପରିସରରେ ପାନୀୟଜଳ ସମସ୍ୟା ଲାଗି ରହିଛି। ଛାତ୍ରୀ ଛାତ୍ରମାନେ ୫୦ ମିଟର ଦୂରକୁ ଯାଇ ପାନୀୟଜଳ ସଂଗ୍ରହ କରିବାକୁ ବାଧ୍ୟ ହେଉଥିବା ଅଭିଭାବକମାନେ କହିଛନ୍ତି। ଏସମ୍ପର୍କରେ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ କ୍ଷୀରୋଦ କୁମାରୀ ମହାନ୍ତଙ୍କୁ ପଚାରିବାରୁ ଅଭିଭାବକଙ୍କ ଅଭିଯୋଗକୁ ବିଚାରକୁନେଇ ଉକ୍ତ ବିଦ୍ୟାଳୟ ପାଇଁ ନୂତନ ଗୃହ ନିର୍ମାଣ ସକାଶେ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି।