ଶେରଗଡ଼,୬।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକର ତିନି ପଞ୍ଚାୟତ ପିତ୍ତଳ, ତହଁର, ବ୍ରାହ୍ମଣ ଦେଇ ଋଷିକୁଲ୍ୟା ନଦୀ ପ୍ରବାହିତ ହେଉଛି। ଏବେ ନଦୀର ଜଳସ୍ତର ବଢିବାରେ ଲାଗିଛି। ବ୍ରାହ୍ମଣଛାଇକୁ ସଂଯୋଗ କରୁଥିବା ଏକ ପୋଲର ତଳ ଭାଗକୁ ଲାଗି ଜଳ ପ୍ରବାହିତ ହେଉଛି। ଫଳରେ ଉକ୍ତ ୩ ପଞ୍ଚାୟତବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସ୍ଥାନୀୟ ତହସିଲଦାର ଡ. ଦୟାସିନ୍ଧୁ ପରିଡା ଓ ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳ ପରିଦର୍ଶନ କରିଥିବା ଜଣାପଡ଼ିଛି। ପାଣି ବଢିବା ଦ୍ୱାରା ତିନି ପଞ୍ଚାୟତର ସମସ୍ତ ଗ୍ରାମ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।