Advertisement

ବିପଦ୍‌ ଅବସ୍‌ତାରେ ପଁଚେତ୍‌ କୁଠା

ଲାଠୋର, ୧୬ା୯ (ଡି.ଏନ.ଏ.)  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ କରୁଆଁଝର ପଁଚେତ୍‌ ଅଫିସ କୁଠା ବିପଦ୍‌ ଅବସ୍‌ତାରେ ରହିଛେ। ହେଲେ ଇ କୁଠାର ମରାମତି କି ନୂତନ କୁଠା ତିଆର ଦିଗେ ପରଶାସନ ପଦକ୍ଷେପ ନାଇଁ ନେବାର।
ସୂଚନା ଅନ୍‌ସାରେ ଗଲା ୨୦୧୨ ସାଲେ ଥାପିତ ଇ ପଁଚେତ୍‌ ତରଫୁ ଅଂଲଚର କରୁଆଁଝର, ମସିଣା, ଝଲିଆଲିଟି, ସାନଗୁର୍ଜିଭଟା, ଚାଉଲଡିଆ ଗଁାବାସୀକୁ ସେବା ଯୁଗେଇ ଦିଆଯାଉଛେ। ସେ ସମିଆରେ ଲକ୍ଷାଧିକ ଟଁକା ଖରଚ୍‌ରେ ପଁଚେତ୍‌ର ଅଫିସର କୁଠା ତିଆର କରାଯାଇଥିଲା। ହେଲେ ଏହେଦେ କୁଠାଟା ବିପଦ୍‌ ଅବସ୍‌ତାରେ ରହିଛେ, ଅଲପ ବରଷା ପାଏନ୍‌ରେ ବି ଛାତ୍‌ରୁ ଦରୋ ଦରୋ ପାଏନ୍‌ ଗଲୁଛେ। ଏନ୍‌ତା କି କୁଠାର କଁାଥିଯାକ ଫାଟି ଅଁା କରି ରହିଛେ। କେତେବେଲେ କେନ୍‌ ଅଘଟନ ଘଟବା କିଛି କହି ନାଇଁ ହେବାର। ଯେନ୍‌ଥିରଲାଗି ଏହେଦେ ଭଏରେ ପଁଚେତ୍‌ କୁଠାରେ କେହେନ୍‌ସି ବଇଠକ୍‌ କି ଉନିଆ କାଯ୍‌କରମ କରାଯାଇ ନାଇଁ ପାରବାର। କୁଠାର ମରାମତି ଲାଗି ସରପଁଚ୍‌ ବିଜୟଲକ୍ଷ୍ମୀ ବାଗ ଏକ୍ସନପ୍ଲାନ ତିଆର କରି ଗ୍ରାମପଞ୍ଚାୟତ ଅଧ୍‌କାରୀକୁଁ ମଂଜୁରୀ ଲାଗି ପଠେଇଥିଲେ। ହେଲେ ଗ୍ରାମପଞ୍ଚାୟତ ଅଧ୍‌କାରୀ ମଂଜୁରୀ ଦେବାର ଜାଗାରେ ପଁଚେତ୍‌ର କାମ୍‌ ସବୁ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ କରାଯାଉ ବୋଲି କହିଥିଲେ। ହେଲେ ଇଆଡ଼େ ପାଖାପାଖି ୧୦ ବଛର ହେଲା ରାଜୀବ ଗାନ୍ଧୀ ସେବାକେନ୍ଦ୍ର ବି ପୂରା ହେଇ ନୁହେପାରେ। ଏନ୍‌ତାଥି କରୁଅଁାଝର ପଁଚେତ୍‌ ଝୁଲି ରହିଛେ। ଖପ୍ରାଖୋଲ ବ୍ଲକ ଗ୍ରାମପଞ୍ଚାୟତ ଅଧ୍‌କାରୀ ସୁଶାନ୍ତ କୁମାର ପାଣିକୁଁ ପଚରାଲରୁ ଯଦି ପଁଚେତ୍‌ କୁଠା ବିପଦ୍‌ ଅବସ୍‌ତାରେ ଅଛେ, ଅଫିସକେ ରାଜୀବ ଗାନ୍ଧୀ ସେବାକେନ୍ଦ୍ରକେ ଉଠେଇ ନିଅ ବଲି ସେ କହିଥିଲେ। ହେଲେ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଯଦି ପଁଚେତ୍‌ କାମ୍‌ ଚାଲବା ତ ଭିନେ ଭିନେ ସରକାରୀ, ବେସରକାରୀ କାଯ୍‌କରମ କେନ୍‌ଠାନେ ହେବା ବଲି ସରପଁଚ୍‌ ଉଲଟିଆ ତାହାକୁ ପ୍ରଶ୍ନ କରିଥିବାର କହିଛନ୍‌। ଇ ଦିଗେ ବ୍ଲକ ଆର ଜିଲା ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ପଁଚେତ୍‌ବାସୀ ଦାବି କରିଛନ୍‌।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share