ବିପଦ ଅବସ୍‌ତାରେ ଅଙ୍ଗନଓ୍ବାଡି କେନ୍ଦ୍ର

 

ତଳଗଁ।,୯ା.୭ (ଡି.ଏନ୍‌.ଏ):
ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ତଳଗଁ। ପଁଚେତ୍‌ର ଗଣ୍ଡାପାଜୁ ଅଙ୍ଗନଓ୍ବାଡି କେନ୍ଦ୍ର ବିପଦ୍‌ ଅବସ୍‌ତାରେ ରହିଛେ। ଦୁଇ ବଛର ହେଲା ଇ ଅଙ୍ଗନଓ୍ବାଡି କେନ୍ଦ୍ରକେ ପରଶାସନ ଅସୁରକ୍ଷିତ ଘୋଷନା କରିଛେ। ହେଲେ ଇ କେନ୍ଦ୍ରର ଲାଗି ନୂତନ କୁଠା ତିଆରି ଦିଗେ ଆଏଜ୍‌ତକ ବ୍ଲକ ପରଶାସନ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନେଇ। ଯେନ୍‌ଥିରଲାଗି ଇ କେନ୍ଦ୍ର ଅଧୀନରେ ପାଠ୍‌ପଢ଼ୁଥିବାର ଛାତ୍ରୀଛାତ୍ର ଅସ୍‌ଥାଇ ଭାବେ ଗଣ୍ଡପାଜୁ ଉଚ୍ଚ ମାଧ୍ୟମିକ ବିଦ୍ୟାଲୟର ଗୁଟେ କୁଠାଥି ପାଠ୍‌ ପଢ଼ୁଛନ୍‌। ହେଲେ ଇ ସ୍କୁଲରେ ଛାତ୍ରୀଛାତ୍ରକଁର ପାଠ୍‌ପଢ଼ା ଲାଗି କୁଠି ଅଭାବ ରହିଛେ। ଯେନ୍‌ଥିରଲାଗି ସ୍କୁଲ ଖୁଲବାର ଆଗରୁ ଅଙ୍ଗନଓ୍ବାଡିର ଛାତ୍ରୀଛାତ୍ରକୁଁ ଛୁଟି ଦିଆଯାଉଛେ। ଖାଲି ଗଣ୍ଡାପାଜୁ ଅଙ୍ଗନଓ୍ବାଡି କେନ୍ଦ୍ରର ଅବସ୍‌ତା ଯେ ଏନ୍‌ତା ହେଟା ନୁହେ, ତଳଗଁା ପଁଚେତ୍‌ର ରାଣୀସାହି, ବଡ଼ଖଜୁରୀ ଆଦି ଅଙ୍ଗନଓ୍ବାଡି କେନ୍ଦ୍ରର ନିଜର ଘର ନାଇଁଥିବାର ଲାଗି ଛାତ୍ରୀଛାତ୍ରକଁର ପାଠ୍‌ପଢ଼ାରେ ବଡ଼ଭାରି ସମସିଆ ହେଉଥିବାର ଅଭିଭାବକମାନେ ଅଭିଯୋଗ କରିଛନ୍‌। ରାଣୀସାହି ଅଙ୍ଗନଓ୍ବାଡି କେନ୍ଦ୍ର ଫାଉଣ୍ଡେସନରେ ସୀମିତ ଥିଲାବେଲେ ବଡ଼ଖଜୁରୀ କେନ୍ଦ୍ରର ଛାତ୍ରୀଛାତ୍ର ଗଁାର ମଡ଼ପରେ ବସି ପାଠ୍‌ ପଢ଼ୁଥିବାର ଦେଖ୍‌ବାକେ ମିଲୁଛେ। ଇଆଡ଼େ ସରକାର ଗଁାଗଁଲିରୁ ସହର ତକ୍‌ ଛୁଆକର ଲାଗି ପୁଷ୍ଟିକର ଖାଏଦ୍‌ ଆର ପ୍ରାକ୍‌ ଶିକ୍ଷାର ବେବସ୍‌ତା କରି କୋଟି କୋଟି ଟଁକା ସାରୁଛନ୍‌। ହେଲେ ହରଭଙ୍ଗା ଲେଖେଁ ଗୁଟେ ଆଦିବାସୀ ବହୁଲ ବ୍ଲକର ଅତଡ଼ିଆ ଅଂଚଲରେ ଥିବାର ତଳଗଁା ପଁଚେତ୍‌ର ଛୁଆମାନେ ସରକାରୀ ଯୋଜନାରୁ ବଁଚିତ୍‌ ହେଉଥିବାର ଅଭିଯୋଗ ହେଉଛେ। ଅନେକ ଛୁଆ ଶିକ୍ଷାରୁ ବଁଚିତ୍‌ ହେଉଥିଲାବେଲେ ସୁଆସ୍‌ତିଅ ସେବା ତ ଅଂଚଲବାସୀକର ଲାଗି ଦିନବେଲିଆ ସପନ୍‌ ଲେଖେଁ ହେଇଛେ। ଇ ବାବ୍‌ଦେ ହରଭଙ୍ଗା ସମନ୍ବିତ ଶିଶୁ ବିକାଶ ଅଧ୍‌କାରୀ ହରପ୍ରୀୟା ମେହେରକୁଁ ପଚରାଲାରୁ ଘଟନା ବାବ୍‌ଦେ ହରଭଙ୍ଗା ବିଡିଓକୁଁ ଚିଠି ଜରିଆରେ ଜନେଇ ଦେଇଛେଁ ବଲି ସେ କହିଥିଲେ।

Share