ବିପଦ ସଂକେତ ଊର୍ଦ୍ଧ୍ୱରେ ଜଳକା: ଦିନ୨ଟା ସୁଦ୍ଧା ଜଳସ୍ତର ୬.୧୭ ମିଟର

ବସ୍ତା,୧୯।୮(ସ୍ବ.ପ୍ର.): ବିପଦ ସଂକେତ ଊର୍ଦ୍ଧ୍ୱରେ ବାଲେଶ୍ୱର ଜିଲାର ଜଳକା ନଦୀ ପ୍ରବାହିତ ହେଉଛି। ମଥାନୀଠାରେ ଜଳ ସ୍ତରର ବିପଦ ସଂକେତ ୫.୫୦ ମିଟର ଥିବା ବେଳେ.େସାମବାର ଦିନ ୨ଟା ସୁଦ୍ଧା ଏଠାରେ ଜଳସ୍ତର  ୬.୧୭ ମିଟର ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି । ଏ ନେଇ ନଦୀର ଆଖପାଖ କିଛି ଚାଷଜମିରେ ବନ୍ୟାପାଣି ମାଡିଥିବାବେଳେ ସେଭଳି ବଡ ଧରଣର ବନ୍ୟା ଆଶଙ୍କା ନ ଥିବା ଜଣାଯାଇଛି । ତେବେ ସମୁଦ୍ର ଜୁଆରିଆ ଥିବାରୁ ବନ୍ୟାପାଣି ନିଷ୍କାସିତ ହେବାରେ ଆଂଶିକ ବିଳମ୍ବ ହେଉଛି । ରବିବାର ଠାରୁ ବର୍ଷା ନ ଥିବା ଯୋଗୁ ପାଣି ଅଧିକ ବଢ଼ି ନ ପାରେ ବୋଲି ସୂଚନା ମିଳିଛି।

Share