Categories: ଜାତୀୟ

ବିପଦ ସଙ୍କେତ ଟପିଲା ଗୋଦାବରୀ ଜଳସ୍ତର: ୨୬ ଗାଁ ସହିତ ଯୋଗାଯୋଗ ସମ୍ପର୍କ ବିଚ୍ଛିନ୍ନ

ହାଇଦ୍ରାବାଦ୍‌,୩୧।୭: ଆନ୍ଧ୍ରପ୍ରଦେଶରେ ଗୋଦାବରୀ ନଦୀ ଜଳସ୍ତର ବିପଦ ସଙ୍କେତ ଟପିଛି। ଉପର ମୁଣ୍ଡରେ ପ୍ରବଳ ବର୍ଷାଯୋଗୁ ବନ୍ୟା ଜଳ ନିକଟବର୍ତ୍ତୀ ଗାଁ ଗୁଡ଼ିକରେ ପ୍ରବେଶ କରିଛି। ଫଳରେ ୨୬ଟି ଗାଁ ସହିତ ଯୋଗାଯୋଗ ସମ୍ପର୍କ ବିଚ୍ଛିନ୍ନ ହୋଇପଡ଼ିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ରିଲିଫ୍‌ ସାମଗ୍ରୀ ଯୋଗାଇ ଦିଆଯାଉଛି। ଇତିମଧ୍ୟରେ ୫ଟି ଗାଁର ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ ଅଣାଯାଇଛି। ପୂର୍ବ ଗୋଦାବରୀ ଜିଲାର ଅଧିକ ଗାଁ ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବା ଜିଲା ପ୍ରଶାସନ କହିଛି।

Share