Categories: ଜାତୀୟ

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତ ହାସଲ କରିବ ଶ୍ରେଷ୍ଠତ୍ୱ: ଶାହ

ନୂଆଦିଲ୍ଲୀ,୨୯।୬: ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତ ଶ୍ରେଷ୍ଠତ୍ୱ ହାସଲ କରିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରକାଶ କରିଛନ୍ତି। ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ଆୟୋଜିତ ହୋଇଥିବା ଏକ ୨ ଦିନିଆ ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ସେ ଏହା କହିଛନ୍ତି। ଲୋକଙ୍କ ଦୁଃଖରେ ଏନ୍‌ଡିଆର୍‌ଏଫ୍‌ ଦଳ ସାମିଲ୍‌ ହୋଇ ସେମାନଙ୍କ ପୀଡ଼ା ଲାଘବ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ସେ କହିଛନ୍ତି। ଅଗାମୀ ଦିନରେ ଏନ୍‌ଡିଆର୍‌ଏଫ୍‌ର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯିବ ବୋଲି ଶାହ ପ୍ରକାଶ କରିଛନ୍ତି।

Share