ବିପର୍ଯ୍ୟୟ ପ୍ରଶମନ ସକାଶେ ପ୍ରସ୍ତୁତି ବୈଠକ: ଗାଁକୁ ଯାଇ ଯୋଜନା କରିବ ସଙ୍ଗଠନ

ନୂଆପଡା ଅଫିସ,୧୮ା୯-ଜିଲାରେ ବିପର୍ଯ୍ୟୟ ପ୍ରଶମନ ସକାଶେ ଅଣୁ ଯୋଜନା କରିବାକୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାପାଳ ମଧ୍ୟସ୍ମିତା ସାହୁ ଅଧ୍ୟକ୍ଷତା କରିଥିବାବେଳେ ଅତିରିକ୍ତ ଜିଲାପାଳ ସୀତାରାମ ପଟେଲ, ଉପଜିଲାପାଳ ତରଣୀସେନ ନାଏକ ପ୍ରମୁଖ ଯୋଗଦେଇଥିଲେ। ଏଥିରେ ଜିଲା ଜରୁରୀକାଳୀନ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଜିଲାରେ ପରଦା ନାଏକ ଏକ ସଙ୍ଗଠନକୁ ବିପର୍ଯ୍ୟୟ ପରିଚାଳନା ସକାଶେ ଗ୍ରାମ୍ୟସ୍ତରରେ ଯୋଜନା କରିବାକୁ ଦାୟୀତ୍ୱ ଦିଆଯାଇଛି। ଏଥିପାଇଁ ବ୍ଲକ ତଥା ତହସିଲସ୍ତରରେ ଅଧିକାରୀମାନେ ସହଯୋଗ କରିବା ସହ ଆବଶ୍ୟକସ୍ଥଳେ ପରାମର୍ଶ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ପରଦା ନିର୍ଦ୍ଦେଶକ ରୁଦ୍ର ପଟ୍ଟନାୟକ ଏଥିପାଇଁ କିପରି ପ୍ରସ୍ତୁତି କରିଛନ୍ତି ସେ ସମ୍ପର୍କରେ ଉପସ୍ଥାପନ କରିଥିଲେ ।

Share