Categories: ଜାତୀୟ

ବିପର୍ଯ୍ୟୟ ସମୟରେ କାନ୍ଦିବା ଭାରତର ଲକ୍ଷଣ ନୁହେଁ, କରୋନା ଦେଶପାଇଁ ଏକ ସୁଯୋଗ: ମୋଦି

ନୂଆଦିଲ୍ଲୀ,୧୮।୬: ଆତ୍ମନିର୍ଭରଶୀଳ ଭାରତ ଅଭିଯାନକୁ ନେଇ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଣିଜି୍ୟକ କ୍ଷେତ୍ର ପାଇଁ ୪୧ କୋଇଲା ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ଅବସରରେ ମୋଦି କହିଛନ୍ତି ଭାରତ ବିପର୍ଯ୍ୟୟ ସମୟରେ କାନ୍ଦିବା ଦେଶ ନୁହେଁ। ଆମେ ଏହି ସଙ୍କଟକୁ ଅବସରରେ ପରିବର୍ତ୍ତନ କରିଦେଇ ପାରିବୁ। ଦେଶ କରୋନା ସହ ଲଢିବ ଓ ଆଗକୁ ବଢିବ। ଏହି ସଙ୍କଟ ଦେଶକୁ ଆତ୍ମନିର୍ଭରଶୀଳ ହେବାକୁ ଶିକ୍ଷା ଦେଇଛି। ଶକ୍ତି କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା ଚାଲିଛି। ମାସେ ଦୁଇମାସ ମଧ୍ୟରେ ସମସ୍ତ ଘୋଷଣା, ରିଫର୍ମର୍ସ ଏହା କୃଷି, କ୍ଷେତ୍ରରେ ହୋଇପାରେ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ଧ୍ୟୋଗ କ୍ଷେତ୍ରରେ ମଧ୍ୟ ହୋଇପାରେ ବୋଲି ମୋଦି କହିଛନ୍ତି। ତେଣୁ କରୋନା ସଙ୍କଟ ସମୟରେ ଭାରତ ଏହାକୁ ଏକ ଅବସରରେ ପରିବର୍ତ୍ତନ କରିବାକୁ ଯାଉଥିବା ସେ ମତ ରଖିଛନ୍ତି।

Share