ଭାପୁର, ୧୫।୯(ଡି.ଏନ୍.ଏ.) – ଉଜ୍ଜ୍ୱଳା ବଲ୍ବ ପ୍ରଦାନ, ବିପିଏଲ୍ ପରିବାରକୁ ବିଦ୍ୟୁତ୍ ସଂଯୋଗ ଦାବିରେ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଗୋବିନ୍ଦପ୍ରସାଦ ଗ୍ରାମର ଶତାଧିକ ମହିଳା ଶନିବାର ଦିନତମାମ ଏନ୍ଜେନ୍ କର୍ମଚାରୀଙ୍କୁ ଅଟକ ରଖିଥିଲେ। ୭ଦିନ ମଧ୍ୟରେ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ସେସୁ ପକ୍ଷରୁ ପ୍ରତିଶ୍ରୁତି ଦିଆଯିବା ପରେ ଅପରାହ୍ନରେ ଏନ୍ଜେନ୍ କର୍ମଚାରୀ ଛାଡ଼ ପାଇଥିଲେ।
ଏନ୍ଜେନ୍ କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ର ସୂତାର, ଏମ୍ଆର୍ଟି ଏସ୍ଡିଓ ଶକ୍ତି ମଲ୍ଲିକ, ଲାଇନମ୍ୟାନ ମାନସ ପୃଷ୍ଟି ଶନିବାର ପୂର୍ବାହ୍ନ ୧୦ଟାରେ ମିଟର ରିଡିଂ ପାଇଁ ଯାଇଥିବାବେଳେ ଗ୍ରାମର ମହିଳା ସେମାନଙ୍କୁ ଘେରିଥିଲେ। ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଉଜ୍ଜ୍ୱଳା ଯୋଜନାରେ ବଲ୍ବ ମିଳୁ ନ ଥିବା ସେମାନେ ଅଭିଯୋଗ କରିବା ସହ ଗ୍ରାମର ବିପିଏଲ୍ ପରିବାର ବିଦ୍ୟୁତ୍ ସଂଯୋଗରୁ ବଞ୍ଚତ୍ତ ହୋଇଥିବା କହିଥିଲେ। ତେବେ ବିଦ୍ୟୁତ୍ ବିଭାଗ ପକ୍ଷରୁ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ବଲ୍ବ ପ୍ରଦାନ କରାଯାଉଛି ଏବଂ ବିପିଏଲ୍ ପରିବାରକୁ ବିଦ୍ୟୁତ୍ ସଂଯୋଗ ଦାୟିତ୍ୱ ସେସୁର ବୋଲି କନିଷ୍ଠ ଯନ୍ତ୍ରୀ ସ୍ପଷ୍ଟୀକରଣ ଦେଇଥିଲେ। ଏହାସତ୍ତ୍ୱେ ଗ୍ରାମବାସୀ ମାନି ନ ଥିଲେ। ଭାପୁର ଫାଣ୍ଡି ଏସ୍ଆଇ ପ୍ରଶାନ୍ତ ପଢ଼ିଆରୀ, ଏଏସ୍ଆଇ ପଦ୍ମନାଭ ସାହୁ ପହଞ୍ଚତ୍ ବୁଝାଶୁଝା କରିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଅପରାହ୍ନ ୫ଟାରେ ସେସୁ କନିଷ୍ଠ ଯନ୍ତ୍ରୀ ପ୍ରକାଶ କୁମାର ସ୍ବାଇଁ ପହଞ୍ଚତ୍ ୭ଦିନ ମଧ୍ୟରେ ବିପିଏଲ୍ ପରିବାରକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।