Categories: ଜାତୀୟ

ବିପିନ୍‌ ରାଓ୍ବତଙ୍କୁ ଘେରିଲେ ଓଓ୍ବାଇସି-ଦିଗ୍‌ବିଜୟ

ନୂଆଦିଲ୍ଲୀ, ୨୬।୧୨: ସିଏଏ ହିଂସା ନେଇ ଭାରତୀୟ ସେନାମୁଖ୍ୟ ବିପିନ୍‌ ରାଓ୍ବତ ମୁହଁ ଖୋଲିବା ପରେ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ୍‌ ଓଓ୍ବାଇସି ଏବଂ କଂଗ୍ରେସର ବରିଷ୍ଠ ସଦସ୍ୟ ଦିଗ୍‌ବିଜୟ ସିଂ ତାଙ୍କୁ ଘେରିବା ଆରମ୍ଭ କରିଛନ୍ତି। ଓଓ୍ବାଇସି ସେନାମୁଖ୍ୟଙ୍କୁ ନିଜ ପଦର ସୀମା ସମ୍ପର୍କରେ ସୂଚିତ କରିବା ସହିତ ତାଙ୍କ ସହିତ ସଂଯୁକ୍ତ ଥିବା ସଂସ୍ଥାର ଅଖଣ୍ଡତା ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଛନ୍ତି। କାର୍ଯ୍ୟାଳୟର ପଦମର୍ଯ୍ୟାଦା ଉଲ୍ଲଂଘନ କରିବା କେବେ ମଧ୍ୟ ଉଚିତ ନୁହେଁ ବୋଲି ଓଓ୍ବାଇସି କହିଛନ୍ତି। ସେହିପରି ଦିଗ୍‌ ବିଜୟ ସିଂ କହିଛନ୍ତି ଯେ, ନରସଂହାରକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ନେତା କୁହାଯାଇ ନ ଥାଏ। ଏଥିରେ ସେନାମୁଖ୍ୟ ନିଶ୍ଚିତ ସହମତ ହେବେ ବୋଲି ଦିଗ୍‌ବିଜୟ କହିଛନ୍ତି।

Share