Categories: ଜାତୀୟ

ବିପିନ୍‌ ରାଓ୍ବତ ପ୍ରଥମ ସିଡିଏସ୍‌

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌(ସିଡିଏସ୍‌) ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ବତଙ୍କ ନାମ ଘୋଷଣା କରାଯାଇଛି। ରାଓ୍ବତ ଡିସେମ୍ବର ୩୧ରେ ଅବସର ନେବେ। କ୍ୟାବିନେଟ୍‌ କମିଟି ପକ୍ଷରୁ ତାଙ୍କ ସିଡିଏସ୍‌ ପଦବୀ ଲାଗି ସ୍ବୀକୃତି ମିଳିବା ପରେ ସୋମବାର କେନ୍ଦ୍ର ସରକାର ଏଥିପାଇଁ ରାଓ୍ବତଙ୍କ ନାମ ଘୋଷଣା କରାଯାଇଛି। ଏସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ୍‌କର ସୂଚନା ଦେଇଛନ୍ତି। ସିଡିଏସ୍‌ ପଦବୀରେ ରାଓ୍ବତ ୪ ତାରକାଯୁକ୍ତ ଜେନେରାଲ ଭାବେ ନିଯୁକ୍ତ ହେବେ।

Share