Categories: ଜାତୀୟ

ବିଫଳତା ଲୁଚାଇବାକୁ ୧୪୪ ଧାରା ଜାରି କରିଛନ୍ତି ଯୋଗୀ ସରକାର: ମାୟାବତୀ

ଲକ୍ଷ୍ନୌ,୨୦।୭: ଉତ୍ତର ପ୍ରଦେଶର ସୋନଭଦ୍ରାରେ ଜମି ବିବାଦକୁ ନେଇ ମୃତ୍ୟୁ ହୋଇଥିବା ଆଦିବାସୀଙ୍କ ଘଟଣାକୁ ନେଇ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମାୟାବତୀ କହିଛନ୍ତି ଏହି ଘଟଣାରୁ ସ୍ପଷ୍ଟ ହେଉଛି ଯେ ଯୋଗୀ ସରକାର ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କ୍ଷେତ୍ରରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛନ୍ତି। ସୋନଭଦ୍ରାର ଏହି ନରସଂହାର ପାଇଁ ମାୟାବତୀ ଭାଜପାର ଯୋଗୀ ସରକାରଙ୍କୁ ସମ୍ପୁର୍ଣ୍ଣ ଦାୟୀ କରିଛନ୍ତି। ସେ ଆହୁରି ମଧ୍ୟ କରିଛନ୍ତି ଉତ୍ତର ପ୍ରଦେଶ ସରକାର ତାଙ୍କ ବିଫଳତାକୁ ଲୁଚାଇବାକୁ ଯାଇ ୧୪୪ ଧାରା ଜାରି କରିଛନ୍ତି। ଏହାସହ ମାୟାବତୀ କହିଛନ୍ତି ସୋନଭଦ୍ରା ଘଟଣା ପାଇଁ ଉଭୟ ଭାଜପା ଓ କଂଗେସ ଦାୟୀ। ସୂଚନାଯୋଗ୍ୟ, ଶୁକ୍ରବାର କଂଗ୍ରେସ ମହାସଚିବ ସୋନଭଦ୍ର ପୀଡିତଙ୍କ ପରିବାରକୁ ଭେଟିବାକୁ ଯାଇଥିବା ବେଳେ ତାଙ୍କୁ ଅନୁମତି ମିଳି ନ ଥିଲା।

Share