ବିବାଦରେ ଗାୟିକା ହାର୍ଡ କୌର

ମୁମ୍ବାଇ: ବିବାଦରେ ଗାୟିକା ହାର୍ଡ କୌର। ନିଜର ଇନଷ୍ଟା ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଅଧ୍ୟକ୍ଷ ମୋହନ ଭାଗବତ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଆପତ୍ତିଜନକ ମତ ପ୍ରକାଶ କରି ପୋଷ୍ଟ ଶେୟାର କରିବା ପରେ ସେ ବିବାଦୀୟ ହୋଇପଡ଼ିଛନ୍ତି। ଏଥିପାଇଁ ଅନେକେ ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି।

ମୋଦି କ’ଣ ପ୍ରତିଶ୍ରୁତି ଦେଇଥିଲେ ଓ କ’ଣ ପୂରଣ କଲେ ସେନେଇ ଏକ ଫଟୋ ଶେୟାର କରିଛନ୍ତି ହାର୍ଡ କୌର। ସେହିପରି ମୋହନ ଭାଗବତଙ୍କ ଏକ ଫଟୋ ଶେୟାର କରିବା ସହ ପୁଲଓ୍ବାମା ଆକ୍ରମଣ ତଥା ଅନ୍ୟ ଆତଙ୍କବାଦୀ ଆକ୍ରମଣ ପଛରେ ଆର୍‌ଏସ୍‌ଏସ୍‌ ସଂଗଠନର ହାତ ଥିବା ପ୍ରକାଶ କରିଛନ୍ତି। ଆଦିତ୍ୟନାଥଙ୍କୁ ମଧ୍ୟ ମହିଳାଙ୍କ ଉପରେ ବୃଦ୍ଧି ପାଉଥିବା ବଳାତ୍କାର ଘଟଣାକୁ ନେଇ ସେ କଟୁ ଭାଷାରେ ଟିପ୍ପଣୀ ଦେଇଛନ୍ତି। ସମସ୍ତ ପୋଷ୍ଟ ଗୁଡ଼ିକରେ ଲୋକମାନେ ଦେଉଥିବା କମେଣ୍ଟଗୁଡ଼ିକୁ ସେ ଜବାବ ଦେଉଥିବା ମଧ୍ୟ ଦେଖିବାକୁ ମିଳୁଛି।

Share