ମୁମ୍ବାଇ: ଫିଲ୍ମ ‘ଆର୍ଟିକଲ ୧୫’ ବିବାଦ ଘେରକୁ ଚାଲିଆସିଛି। ଏହି ଫିଲ୍ମରେ ଜାତିଆଣ ଅଧାରରେ ସମାଜକୁ ବଣ୍ଟନ କରିବା ସହ ବ୍ରାହ୍ମଣମାନଙ୍କୁ ଅପମାନ କରାଯାଇଛି ବୋଲି ଅଖିଳ ବ୍ରହ୍ମାଣ୍ଡ ଏକତା ପରିଷଦ ଅଭିଯୋଗ କରିଛି। ଏଥିସହ ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ସଂଗଠନ ପକ୍ଷରୁ ଆଇନଗତ ନୋଟିସ୍ ଜାରି କରାଯିବା ସହ ଫିଲ୍ମରେ ଥିବା ଆପତ୍ତିଜନକ ଅଂଶକୁ କାଟିଦେବା ପାଇଁ ଦାବି କରାଯାଇଛି। ଏହି ଫିଲ୍ମ ଜୁନ ୨୮କୁ ପରଦାକୁ ଆସିବାକୁ ଥିବା ବେଳେ ଏହାର ଟ୍ରେଲର ମେ ୩୦ ରିଲିଜ ହୋଇଥିଲା।