ବିବାଦୀୟ ଜମିରେ ଲଜିଷ୍ଟିକ ପାର୍କ ନିର୍ମାଣ ମାମଲା:ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଲା ଏନ୍‌ଜିଟି

ଯାଜପୁର ଅଫିସ, ୧୩ା୧: କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଦାନଗଦୀ ତହସିଲ ଯଖପୁରା ମୌଜାର ୧୧.୯୯୦ ଏକର ପରିମିତ ଶାଳ କିସମ ଜମିରେ ବିନା ପରିବେଶ ମଞ୍ଜୁରୀରେ ସାଇଜର ଲଜିଷ୍ଟିକ ପାର୍କ ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି। ଏନେଇ କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି)ରେ ୪୨/୨୦୧୯ (ଇଜେଡ)ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ଏନ୍‌ଜିଟିର ନିର୍ଦ୍ଦେଶ ଅନୁସାରେ ଏକ ଯୁଗ୍ମ ତଦନ୍ତକାରୀ ଦଳ ନୀରିକ୍ଷଣ କରି ଗତ ନଭେମ୍ବର ଦ୍ୱିତୀୟ ସପ୍ତାହରେ ରିପୋର୍ଟ ଦାଖଲ କରିଛନ୍ତି। ତେବେ ଯୁଗ୍ମ ରିପୋର୍ଟରେ ଜଙ୍ଗଲ କିସମ ଜମିକୁ ଅଣ ଜଙ୍ଗଲ ଜମି ଭାବେ ବ୍ୟବହାର ପାଇଁ ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ରେ ପରିବର୍ତ୍ତନ କରାଯାଇଛି ବୋଲି ଦର୍ଶାଯାଇଛି। ଏହାସହ ଅନ୍ୟାନ୍ୟ ଅଭିଯୋଗ ସଂକ୍ରାନ୍ତରେ ସକରାମତ୍କ ରିପୋର୍ଟ ପ୍ରଦାନ କରିବା ସହ ଏହି ପ୍ରକଳ୍ପ ପାଇଁ ଇଆଇଏ (ଏନଭାରମେଣ୍ଟ ଇମ୍ପାକ୍ଟ ଏସେସମେଣ୍ଟ) ନୋଟିଫିକେସନ-୨୦୦୬ ଅନୁଯାୟୀ କୌଣସି ପରିବେଶଗତ ଅନୁମତିର ଆବଶ୍ୟକତା ନାହିଁ ବୋଲି କମିଟୀ ପକ୍ଷରୁ ରିପୋର୍ଟ ଦାଖଲ ହୋଇଛି। ତେବେ ଏହି ପ୍ରକଳ୍ପ ପାଇଁ ପରିବେଶଗତ ମଞ୍ଜୁରୀର ଆବଶ୍ୟକତା ରହିଛି କି ନାହିଁ ତାହା ସ୍ପଷ୍ଟ କରିବାକୁ ଏନଜିଟି ପକ୍ଷରୁ ୬ା୧ା୨୦୨୦ ତାରିଖ ଶୁଣାଣିରେ ଭାରତ ସରକାରଙ୍କ ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରଣାଳୟ (ଏମ୍‌ଓଇଏଫ୍‌)ର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ହୋଇଛି। ଏହିକ୍ରମରେ ଏନ୍‌ଜିଟିର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୮ା୨ା୨୦୨୦ରେ ସ୍ଥିରୀକୃତ ହୋଇଛି।
ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ ଅନୁସାରେ ଯଖପୁରାସ୍ଥିତ ୧୪୧୯.୯୫ ହେକ୍ଟର ଜଙ୍ଗଲ ଜମିକୁ ପରିବର୍ତ୍ତନ କରାଯାଇ ଲୁହାପଥର (ଆଇରନ ଓର) ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ଇଡକୋ ଦ୍ୱାରା ଜମି ପରିବର୍ତ୍ତନ ପ୍ରସ୍ତାବ ୧୯୯୩ ମସିହାରେ ଦାଖଲ ହୋଇଥିଲା। ଯାହାକି ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ପକ୍ଷରୁ ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ ହୋଇଛି। ଏଥିରୁ ଯଖପୁରା ମୌଜାର ଖାତା ନମ୍ବର ୪୧୯ ଅନାବାଦି ପ୍ଲଟ ନମ୍ବର ୮୬୫ ଓ ୮୬୭, କିସମ ଶାଳଜଙ୍ଗଲ ୧୧.୯୯୦ ଏକର ଜମିରେ ଏକ ଲଜିଷ୍ଟିକ ପାର୍କ ନିର୍ମାଣାଧିନ ରହିଛି ବୋଲି ଯୁଗ୍ମ ରିପୋର୍ଟରେ ଦାଖଲ ହୋଇଛି। ଏହାସହ ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, ୨୦୦୫ ଜାନୁୟାରୀ ୧୪ରେ ଏହି ଜମିକୁ ଶିଳ୍ପ ପାଇଁ ବ୍ୟବହାର ଉପଯୋଗୀ ବୋଲି ମଧ୍ୟ ଆମେଣ୍ଡମେଣ୍ଟ ମଞ୍ଜୁରୀ ମିଳିଛି। ଯାହାକି ରାଜ୍ୟ ସରକାର ଓ ଇଡକୋ ମଧ୍ୟରେ ଚୁକ୍ତି ମଧ୍ୟ ହୋଇଛି। ସେଥିମଧ୍ୟରୁ ୧୧.୯୯୦ ଏକର ଜମିକୁ ସାଇଜର ଇଣ୍ଟରପ୍ରାଇଜେସ ପ୍ରାଇଭେଟ ଲିଃକୁ ଲିଜ ସୂତ୍ରରେ ପ୍ରଦାନ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ପାଚେରୀ, ଜମି ଉନ୍ନତୀକରଣ ବ୍ୟତୀତ ଲଜିଷ୍ଟିକ ପାର୍କ ସୁବିଧା ପାଇଁ ନିର୍ମାଣ ଆରମ୍ଭ ହୋଇନାହିଁ। ଏହି ସ୍ଥିତିରେ ପରିଚାଳନା ଅନୁମତିର ଆବଶ୍ୟକତା ନାହିଁ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପକ୍ଷରୁ ପତ୍ରସଂଖ୍ୟା ୧୩୫୬/୨୬ା୭ା୨୦୧୯ ତାରିଖରେ ପ୍ରତିଷ୍ଠା ଅନୁମତି ମିଳିସାରିଛି। ଅନ୍ୟପକ୍ଷେ ଟାଟା ଷ୍ଟିଲ କାରଖାନା ପରିସରରୁ ଏହି ଜମିର ଉନ୍ନତିକରଣ ପାଇଁ ମାଟି, ମୋରମ ଆଦି ଅଣାଯାଇ ବ୍ୟବହାର ହୋଇଛି। ଏପରିକି ବ୍ୟବହୃତ ହୋଇଥିବା ମାଟି ଓ ମୋରମ ପାଇଁ ଦାନଗଦି ତହସିଲଦାରଙ୍କ ନିକଟରେ ଆବଶ୍ୟକ ରାଜସ୍ବ ପୈଠ କରାଯାଇଛି। ଭୂତଳ ଜଳ ବ୍ୟବହାର ପାଇଁ ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ଅଥରିଟି(ସିଜିଡବ୍ଲୁଏ)ଙ୍କ ନିକଟରୁ ପତ୍ରସଂଖ୍ୟା ୨୦୧୯/୫୬୩୧ରେ ଏନ୍‌ସସି ନିଆଯାଇଛି। ଯୁଗ୍ମ କମିଟିର ନୀରିକ୍ଷଣରେ ପ୍ରକଳ୍ପ ପରିସରରେ ୨ଟି ବୋରୱେଲ ସ୍ଥାପନ ହୋଇଛି। ତେବେ ଏନ୍‌ଜିଟିରେ ଅଭିଯୋଗ ଅନୁସାରେ ପରିବେଶଗତ ଅନୁମତି (ଇସି)ର ଆବଶ୍ୟକତା ଉପରେ କେବଳ ପ୍ରଶ୍ନ ଉଠିଛି। ତେଣୁ ଏହି ପ୍ରଶ୍ନ ଉପରେ ଏନଜିଟିର ପରବର୍ତ୍ତି ଶୁଣାଣି ୧୯ା୨ା୨୦୨୦ ପୂର୍ବରୁ ସବିଶେଷ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ତେବେ ଯୁଗ୍ମ କମିଟିର ଏହି ରିପୋର୍ଟ ଉପରେ ଚ୍ୟାଲେଞ୍ଜ କରି କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ଏନ୍‌ଜିଟିରେ ଏକ ସତ୍ୟପାଠ ଦାଖଲ ହୋଇଛି। ଏସ୍‌ପିସିବିର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା କହିଛନ୍ତି ସାଇଜର ଲଜିଷ୍ଟିକ ପାର୍କ ପାଇଁ ଇସିର ଆବଶ୍ୟକତା ରହିଛି କି ନାହିଁ ତାହା ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯିବ। ଏଥିପାଇଁ ପ୍ରକ୍ରିୟା ଚାଲିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ

କଟକ,୨୦ା୯(ଶିଳ୍ପା ପ୍ରିୟଦର୍ଶିନୀ):ଓଡ଼ିଶାରେ ଭାଜପା ସରକାର ଗଠନକୁ ୧୦୦ ଦିନ ପୂରଣ ହୋଇଛି। ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri