ବଅଁରପାଳ,୨୪ା୫(ଡି.ଏନ.ଏ.)- ଭୀମ ଭୋଇଙ୍କ ଚରିତ୍ରକୁ ଆକ୍ଷେପ କରି ପ୍ରକାଶିତ ପୁସ୍ତକକୁ ନେଇ ବଅଁରପାଳ ବ୍ଲକ କୁଲାଡ଼ ମହାନିତ୍ୟ ମହିମା ସମାଜ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି। କୁଲାଡ଼ ମହିମା ଟୁଙ୍ଗୀଠାରେ ସମ୍ପୃକ୍ତ ବିବାଦୀୟ ଲେଖକଙ୍କୁ ନିନ୍ଦା କରାଯିବା ସହ ତାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ଏଥିସହ ବଅଁରପାଳ ଥାନାରେ ଏତଲା ଦିଆଯିବ ବୋଲି ମହାନିତ୍ୟ ମହିମା ସମାଜ ପକ୍ଷରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ମହାନିତ୍ୟ ସାଧୁ ଭକ୍ତ ମଣ୍ଡଳୀର ସମ୍ପାଦକ ଭୂତେଶ ଚନ୍ଦ୍ର ଜେନା, ପରେଶ ଚନ୍ଦ୍ର ଜେନା, ପ୍ରେମାନନ୍ଦ ସେଠ, କାର୍ତ୍ତିକ ସେଠ, ରାଜେଶ ଜେନା, ବୈରାଗୀ ସେଠ, ପ୍ରଣବ ଜେନା, ମନୋଜ ଜେନା, କରୁଣାକର ସେଠ, ସୁରେଶ ସେଠ, ଗୁରୁଚରଣ ସେଠ, ଗଦାଧର ସେଠ, ପୃଥିରାଜ ଜେନା ପ୍ରମୁଖ ଉପସ୍ଥିତ ଥିଲେ।