ଭଞ୍ଜନଗର,୨୩।୪(ଡି.ଏନ.ଏ.)-ଗୋଲାପଡ଼ା ପଞ୍ଚାୟତରେ ଓଜନ ମାପ ଯନ୍ତ୍ରକୁ ନେଇ ଲାଗି ରହିଥିତ୍ବା ବିବାଦ ତୁଟିଛି। ଗତ ୧୮ ତାରିଖରେ ପଞ୍ଚାୟତରେ ଚାଉଳ ବଣ୍ଟନ ବେଳେ କେତେଜଣ ବ୍ୟକ୍ତି ଓଜନ ମାପ ଯନ୍ତ୍ର ଜାଲିଆତି ହୋଇଥିତ୍ବା ଦର୍ଶାଇ ହୋହାଲ୍ଲା କରିଥିଲେ। ସେମାନେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବାଇକ୍ ଚାବି ଓ ଗୋଦାମ ଗୃହ ଚାବି ନେଇ ଯାଇଥିଲେ। ଗ୍ରାମବାସୀ ଏ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଥିବା ବେଳେ ସେ ମଧ୍ୟ ଗ୍ରାମର ୪ଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଉଭୟ ପକ୍ଷର ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ ଚଳାଇଥିତ୍ଲା। ବୁଧବାର ପୋଲିସ ଉପସ୍ଥିତିରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବାଇକ୍ ଚାବି ଅଭିଯୁକ୍ତମାନେ ଫେରାଇଥିଲେ। ଗୋଦାମ ଗୃହ ଚାବି ନ ମିଳିବାରୁ ପୋଲିସ ଉପସ୍ଥିତିରେ ତାଲା ଭଙ୍ଗାଯାଇଛି। ଗୁରୁବାରଠାରୁ ହିତାଧିକାରୀଙ୍କୁ ବିଭିନ୍ନ ଭତ୍ତା ଓ ଶୁକ୍ରବାର ଚାଉଳ ବଣ୍ଟନ କରାଯିବ ବୋଲି ଜଣାପଡ଼ିଛି ।