Categories: ଜାତୀୟ

ବିବାଦ ପରେ ୟୁ ଟର୍ଣ୍ଣ ନେଲେ ରବିଶଙ୍କର

ନୂଆଦିଲ୍ଲୀ,୧୩।୧୦: କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଦେଶର ଆର୍ଥିକ ସ୍ଥିତିକୁ ନେଇ ଯେଉଁ ବୟାନ ଦେଇଥିଲେ ତାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ବହୁ ବଡ ବଡ ନେତା ତାଙ୍କୁ ଘେରିବା ପରେ ରବିବାର ସେ ଏକ ପ୍ରେସ୍‌ ରିଲିଜ୍‌ ମାଧ୍ୟରେ କହିଛନ୍ତି ସେ ଯେଉଁ ବୟାନ ଦେଇଥିଲେ ତାକୁ ଓଲଟାସିଧା ଅର୍ଥରେ ଗ୍ରହଣ କରାଯାଇଥିବାରୁ ସେ ତାକୁ ଫେରାଇ ନେଉଛନ୍ତି। ସୂଚନାଯୋଗ୍ୟ, ଶନିବାର ରବିଶଙ୍କର କହିଥିଲେ କି ଦେଶରେ ତିନି ତିନୋଟି ଫିଲ୍ମ କୋଟି କୋଟି ଟଙ୍କା ବ୍ୟବସାୟ କରୁଛନ୍ତି ତେଣୁ ଦେଶରେ ମାନ୍ଦାବସ୍ଥା ଆସିଲା କେଉଁଠୁ। ସେ କହିଥିଲେ ଅକ୍ଟୋବର ୨ରେ ୩ଟି ଫିଲ୍ମ ୧୨୦ କୋଟି ଟଙ୍କା ବ୍ୟବସାୟ କରିଛନ୍ତି। ଆଇନ ମନ୍ତ୍ରୀଙ୍କ ଏହି ବୟାନ ପରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଆଉ କେତେଜଣ ନେତା ତାଙ୍କୁ ସମାଲୋଚନା କରିଥିଲେ। ଏମିତିକି ଆର୍‌ବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ ମଧ୍ୟ ରବିଶଙ୍କରଙ୍କୁ ସମାଲୋଚନା କରିଥିଲେ।

Share