ବିବାହକୁ ଆସିଥିବା ବରଯାତ୍ରୀଙ୍କୁ ଉପହାରରେ ଦିଆଗଲା ହେଲମେଟ୍‌

ନୂଆଦିଲ୍ଲୀ, ୩।୧୨: ସାଧାରଣତଃ ବରଯାତ୍ରୀଙ୍କୁ କନ୍ୟାଘର ପକ୍ଷରୁ ବିଭିନ୍ନ ପ୍ରକାର ଖାଦ୍ୟରେ ଆପାୟିତ କରାଯାଏ। କିନ୍ତୁ ନୂଆଦିଲ୍ଲୀର ଲକ୍ଷ୍ମଣଗଡରେ ଏକ ଅଜବ ବିବାହ ଅନୁଷ୍ଠିତ ହୋଇଛି। ଏହାରେ ପୁଅ ଘରୁ ଆସିଥିବା ବରଯାତ୍ରୀଙ୍କୁ କନ୍ୟା ଘର ପକ୍ଷରୁ ହେଲମେଟ୍‌ ଉପହାର ସ୍ବରୂପ ଦିଆଯାଇଛି। କନ୍ୟା ପିତାଙ୍କୁ ଏଭଳି ପଦକ୍ଷେପକୁ ସବୁଠି ପ୍ରଶଂସା କରାଯାଇଛି। ଅଲଖପୁରା ବୋଗନ ଗ୍ରାମର ମହାବୀର ପ୍ରସାଦ ଜୋଡିଙ୍ଗ ନିଜ ଝିଅ ବାହାଘରକୁ ଜୟପୁରରୁ ଆସିଥିବା ୧୫୦ ବରଯାତ୍ରୀଙ୍କୁ ଉପହାରରେ ହେଲମେଟ୍‌ ପ୍ରଦାନ କରିଥିଲେ। ଲଗାତାର ବଢୁଥିବା ସଡକ ଦୁର୍ଘଟଣା ରୋକିବା ଏବଂ ସଡକ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ମହାବୀର କହିଛନ୍ତି।

Share