ବିବାହକୁ ନେଇ ଝିଅଙ୍କ ମନରେ ଉଙ୍କି ମାରିଥାଏ ଏସବୁ ପ୍ରଶ୍ନ

ବିବାହ ଭଳି ଏକ ପବିତ୍ର ବନ୍ଧନରେ ବାନ୍ଧିହେବା ପୂର୍ବରୁ ଝିଅମାନଙ୍କ ମନକୁ ଅନେକ ପ୍ରଶ୍ନ ଆସିଥାଏ। ଏହା ସ୍ବାଭାବିକ। ତେବେ ପୁଅଙ୍କ ଅପେକ୍ଷା ଝିଅମାନେ ଏନେଇ ବେଶି ଚିନ୍ତିତ ଥାଆନ୍ତି। ନିଜ ପରିବାର ଲୋକଙ୍କୁ ଛାଡ଼ି ଅନ୍ୟ ଏକ ପରିବାରକୁ ନିଜର କରିବା, ସେମାନଙ୍କ ସହ ନିଜକୁ ଖାପଖୁଆଇ ଚଳିବା ଝିଅଙ୍କ ଲାଗି ସେତେଟା ସହଜ ହୋଇ ନ ଥାଏ। ସାଧାରଣତଃ ଝିଅଙ୍କ ମନକୁ ଆସୁଥିବା ପ୍ରଶ୍ନ ମଧ୍ୟରୁ ନିମ୍ନରେ ଦିଆଯାଇଥିବା ପ୍ରଶ୍ନ ସମ୍ପର୍କରେ ଜାଣନ୍ତୁ…
ପରିଚୟକୁ ନେଇ ପ୍ରଶ୍ନ:
ଅନେକ ଝିଅ ଭାବନ୍ତି ବିବାହ ବନ୍ଧନରେ ବାନ୍ଧି ହେଲେ ସେମାନଙ୍କ ପରିଚୟ ହଜି ଯାଇଥାଏ। ମାତ୍ର ଏପରି ଭାବିବା ଭୁଲ୍‌। ବିବାହ ପରେ ଅନ୍ୟ ଏକ ପରିଚୟ ଆପଣଙ୍କ ସହିତ ଯୋଡ଼ି ହୋଇ ଯାଇଥାଏ। ଏହା ସହ ଆପଣଙ୍କ ସ୍ବାମୀ ମଧ୍ୟ ଆପଣଙ୍କୁ ଏକ ନୂଆ ନାମରେ ସମ୍ବୋଧିତ କରିଥା’ନ୍ତି।

ରାଗିବାକୁ ନେଇ ପ୍ରଶ୍ନ:
ଅନେକ ସମୟରେ ହସ, ମଜା ମଧ୍ୟ ଭାରି ପଡ଼ିଥାଏ। ଏହି କାରଣକୁ ନେଇ ଯଦି ସ୍ବାମୀ ରାଗିଯା’ନ୍ତି, ତେବେ ଝିଅମାନେ ଚିନ୍ତାରେ ପଡ଼ିଯା’ନ୍ତି। ମାତ୍ର ଏତେ ଚିନ୍ତା ନ କରି କିଛି ଗୀତ ସ୍ବାମୀଙ୍କୁ ଶୁଣାନ୍ତୁ। ସେ ନିଶ୍ଚେ ଶାନ୍ତ ହୋଇଯିବେ।

ମା’ଙ୍କ ପାଖେ ଅଭିଯୋଗ:
ନିଜ ପ୍ରଶଂସା ଶୁଣିବାକୁ ପ୍ରାୟ ସବୁ ଝିଅ ପସନ୍ଦ କରିଥା’ନ୍ତି। ସେମାନେ ଚାହିଁ ନ ଥା’ନ୍ତି ଶାଶୁଘର ଲୋକ ତାଙ୍କ ବିଷୟରେ ମା’ଙ୍କ ପାଖେ ଅଭିଯୋଗ କରନ୍ତୁ।

ଜିନିଷ ବାଣ୍ଟିବାକୁ ନେଇ ପ୍ରଶ୍ନ:
ଅନେକ ଝିଅ ଅଛନ୍ତି, ଯେଉଁମାନେ ସେମାନଙ୍କ ଜିନିଷ ଅନ୍ୟ କାହାକୁ ବାଣ୍ଟିବାକୁ ପସନ୍ଦ କରି ନ ଥାଆନ୍ତି। ତେଣୁ ଏହାକୁ ନେଇ ସେମାନଙ୍କ ମନରେ ମଧ୍ୟ ପ୍ରଶ୍ନ ଉଠିଥାଏ।