ବିବାହକୁ ନେଇ ଦୁଃଖ ପ୍ରକାଶ କଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ଏବେ ୫୩ ବର୍ଷରେ ପଦାର୍ପଣ କଲେଣି। ହେଲେ ଏବେବି ସେ ବଲିଉଡ୍‌ର ମୋଷ୍ଟ ଓ୍ବାଣ୍ଟେଡ ବ୍ୟାଚେଲର। କିନ୍ତୁ ତାଙ୍କ ବିବାହକୁ ନେଇ ସେ ଯେତିକି ଆଶାବାଦୀ ନୁହେଁ ତାଙ୍କ ଫ୍ୟାନମାନେ କିନ୍ତୁ ଏବେବି ଆଶା ରଖିଛନ୍ତି ଦିନେନା ଦିନେ ଭାଇଜାନଙ୍କୁ ମିଳିବେ ତାଙ୍କ ମନ ପସନ୍ଦର ସାଥୀ। ପୁଣିଥରେ ଏହାକୁ ନେଇ ଏକ ସାକ୍ଷାତ୍‌କାରରେ ସଲମାନ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନା କରିଛନ୍ତି। ଏଥର କିନ୍ତୁ ସଲମାନ ଏମିତି ପ୍ରଶ୍ନକୁ ନେଇ ସାମାନ୍ୟ ଦୁଃଖ ପ୍ରକାଶ କରିଥିବା କୁହାଯାଉଛି। କାରଣ ସେ କେବେ ବିବାହ କରିବେ ଓ ‘ଭାରତ’ଫିଲ୍ମରେ ଯେମିତି ନାୟିକା କ୍ୟାଟ୍ରିନା କୈଫ ତାଙ୍କ୍‌ୁ ବିବାହ ପାଇଁ ପ୍ରପୋଜ କରୁଛନ୍ତି ରିୟଲ ଲାଇଫରେ ସେଭଳି ଘଟିଛି କି ନା ବୋଲି ପ୍ରଶ୍ନ ଆସିଥିଲା। ଏତିକି ବେଳେ କିନ୍ତୁ ସଲମାନ କହିଥିଲେ ବିବାହ କରିବା କଥାକୁ ନେଇ ଏବେବି ସେ ଅନିଶ୍ଚିତତା ଭିତରେ ଅଛନ୍ତି। ଆଉ ସବୁଠାରୁ ବଡ କଥା ହେଲା ଏପର୍ଯ୍ୟନ୍ତ କେହି ଜଣେ ହେଲେ ତାଙ୍କୁ ବିବାହ କରିବାକୁ ପ୍ରପୋଜ କରିନାହାଁନ୍ତି। ଯାହା ତାଙ୍କ ଜୀବନର ସବୁଠାରୁ ଦୁଃଖର ବିଷୟ ବୋଲି ସଲମାନ କହିଛନ୍ତି।

Share