Categories: ଜାତୀୟ

ବିବାହରେ କନ୍ୟାଙ୍କୁ ଏକ ତୋଳା ସୁନା ଉପହାର ଦେବେ ଆସାମ ସରକାର: ଜାନୁଆରୀ ୧ରୁ ଯୋଜନା ହେବ ଲାଗୁ

ଗୁଆହାଟୀ,୩୦।୧୨: ଆସାମରେ ୧ ଜାନୁୟାରୀଠାରୁ ସରକାର ଏକ ନୂଆ ଯୋଜନା ଲାଗୁ କରିବାକୁ ଯାଉଛନ୍ତି। ଏହି ଯୋଜନା ଅନ୍ତର୍ଗତ ବିବାହରେ ସରକାର ପ୍ରତି କନ୍ୟାଙ୍କୁ ଏକ ତୋଳା ବା ୧୦ ଗ୍ରାମ୍‌ ସୁନା ଉପହାର ଦେବେ। ଏଥିପାଇଁ କନ୍ୟା ୧୦ମ ପର୍ଯ୍ୟନ୍ତ ଶିକ୍ଷାପ୍ରାପ୍ତ କରିଥିବା ଆବଶ୍ୟକ। ଏହି ବିବାହର ପଞ୍ଜିକରଣ ସ୍ପେଶାଲ୍‌ ମ୍ୟାରେଜ୍‌ ଆକ୍ଟ ୧୯୫୪ ଅନ୍ତର୍ଗତ ମଧ୍ୟ ହୋଇଥିବ। ସରକାରଙ୍କ ଅରୁନ୍ଧନ୍ତୀ ସ୍ବର୍ଣ୍ଣ ଯୋଜନା ଅନ୍ତର୍ଗତ ଏହା ପ୍ରଦାନ କରାଯିବ। ଏଥିପାଇଁ କନ୍ୟା ପରିବାରର ଆୟ ବାର୍ଷିକ ୫ ଲକ୍ଷ ଟଙ୍କାରୁ କମ୍‌ ହୋଇଥିବା ଆବଶ୍ୟକ ବୋଲି ସରକାରଙ୍କ ପକ୍ଷରୁ ସର୍ତ୍ତ ରଖାଯାଇଛି।

Share