Categories: ଜାତୀୟ

ବିବାହରେ କେତେ ଅତିଥି ଯୋଗ ଦେବେ ତାହା ସ୍ଥିର କରିବେ ସରକାର

ନୂଆଦିଲ୍ଲୀ,୨୧।୫: ରାଜଧାନୀ ଦିଲ୍ଲୀରେ ହୋଟେଲ, ମୋଟେଲ ଓ ବଡ ବଡ ଫାର୍ମ ହାଉସରେ ହେଉଥିବା ବିବାହରେ ଖାଦ୍ୟ ନଷ୍ଟ ହେବ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିଲ୍ଲୀ ସରକାର ଏନେଇ କଡା ନିୟମ ପ୍ରଣୟନ କରିବାକୁ ଚିନ୍ତା କରୁଛନ୍ତି। ଏହି ନିୟମ ଅନୁଯାୟୀ ବିବାହର ଆୟୋଜକ ସ୍ଥାନୀୟ ହୋଟେଲ ସହ ଗୋଟିଏ ଦିନ ପୂର୍ବରୁ କେତେ ବରଯାତ୍ରୀ ଆସିବେ ସେ ନେଇ କଥା ହେବେ। ଯେତେ କାର ଆସିବ ତା’ର ଚାରି ଗୁଣା ଅତିଥିଙ୍କୁ ନିମନ୍ତ୍ରଣ ଦିଆଯିବ। ଏବେ ଏହି ନିୟମ ପ୍ରଣୟନ ହୋଇ ନ ଥିବା ବେଳେ ଏହା ଖୁବ୍‌ ଶୀଘ୍ର ଲାଗୁ କରିବା ପାଇଁ ପ୍ରସ୍ତୁତି ଚାଲିଛି।

Share