Categories: ଫୁରସତ

ବିବାହରେ ଗାଈ ରହିବ ସାକ୍ଷୀ

ସୁରଟ,୨୮।୧: ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ବିବାହ ପରମ୍ପରା ଦେଖିବାକୁ ମିଳିଥାଏ। ହିନ୍ଦୁ ବିବାହରେ ସାଧାରଣତଃ ଅଗ୍ନିକୁ ସାକ୍ଷୀ ରଖି ବିବାହ ହୋଇଥାଏ। ସମ୍ପ୍ରତି ଗୁଜରାଟ ସୁରଟରେ ଗାଈକୁ ସାକ୍ଷୀ ରଖି ବିବାହ କରିବାକୁ କନ୍ୟାବର ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ବିବାହ ଫେବୃୟାରୀ ୩ରେ ଅନୁଷ୍ଠିତ ହେବ। ବର ରୋହିତ କୁମାର କନ୍ୟା ଅଭିଳାଷାଙ୍କୁ ବିବାହ କରିବେ। ଏଥିପାଇଁ ନିମନ୍ତ୍ରଣ ପତ୍ର ସଂସ୍କୃତରେ ଛପା ଯାଇଛି। ବରଯାତ୍ରୀଙ୍କ ଶୋଭା ଯାତ୍ରାରେ ଗାଈବାଛୁରୀଙ୍କୁ ସାମିଲ୍‌ କରାଯିବାର ଯୋଜନା ମଧ୍ୟ କରାଯାଇଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ବିବାହ ଉତ୍ସବରେ ୫ ହଜାର ମାଟି ଗ୍ଲାସ୍‌ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଉଭୟ କନ୍ୟା ଏବଂ ବର ପକ୍ଷ ସହମତି ପ୍ରକାଶ କରିଛନ୍ତି।

Share