ବିବାହରେ ଟମାଟୋକୁ ଗହଣା କରି ପିନ୍ଧିଲେ ପାକିସ୍ତାନୀ କନ୍ୟା

ପାକିସ୍ତାନରେ ଦିନକୁ ଦିନ ଆର୍ଥତ୍କ ମାନ୍ଦାବସ୍ଥା ଏପରି ବିଗିଡ଼ି ଚାଲିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଫଟୋରୁ ବାରି ହୋଇପଡୁଛି। ପାକିସ୍ତାନରେ ମହିଳାମାନେ ସୁନାଗହଣା ବଦଳରେ ଟମାଟୋ ପିନ୍ଧୁଛନ୍ତି।
ଏମିତିରେ ବି ପାକିସ୍ତାନରେ ଟମାଟୋ କେଜି ୪୦୦ ଟଙ୍କାରୁ ଊର୍ଦ୍ଧ୍ୱରେ ବିକ୍ରି ହେଉଛି। ସୋସିଆଲ ମିଡିଆରେ ଜଣେ ନବ ବିବାହିତା ଗହଣା ବଦଳରେ ଟମାଟୋ ହାର ପିନ୍ଧିଛନ୍ତି। ଏକ ସାକ୍ଷାତକାରରେ ସେ ଏହାର ବେଶ୍‌ ମଜାଳିଆ ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ଆଜିକାଲି ସୁନାର ଦାମ୍‌ ତ ଆକାଶଛୁଆଁ ହେଲାଣି। ଟମାଟୋ ବି ପଛରେ ନାହିଁ। ତେଣୁ ପାରମ୍ପରିକ ସୁନାଗହଣା ବଦଳରେ ସେ ଟମାଟୋ ପିନ୍ଧିଛନ୍ତି। ଏପରିକି ନବବଧୂ ଜଣକ ହାର, ଚୁଡ଼ି, ସିନ୍ଥିରେ ସୁନା ବଦଳରେ ଟମାଟୋ ପିନ୍ଧିଛନ୍ତି। ସେ କହିଛନ୍ତି, ତାଙ୍କ ବାପଘର ଲୋକେ ସୁନାଗହଣା ବଦଳରେ ୩ ସୁଟ୍‌କେସ୍‌ ଟମାଟୋ ଦେଇଛନ୍ତି।

Share