ବିବାହରେ ନିଜ ଓଜନର ବହି ମାଗିଲେ କନ୍ୟା

ଗାନ୍ଧିନଗର,୧୩।୨: ବିବାହରେ ଜଣେ କନ୍ୟା ବାପାଙ୍କୁ କୌଣସି ମୂଲ୍ୟବାନ ଦ୍ରବ୍ୟ ବଦଳରେ ନିଜ ଓଜନର ବହି ମାଗିଛନ୍ତି। ଏଭଳି ଘଟଣା ଗୁଜରାଟରେ ଘଟିଛି। ଏହା ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ବାପାଙ୍କୁ କନ୍ୟା ଓଜନର ବହି ଯୋଗାଡ଼ କରିବାକୁ ୬ ମାସ ସମୟ ଲାଗିଛି। ଏହି ସମୟରେ ମଧ୍ୟରେ ସେ ୨୨୦୦ ବହି ଯୋଗାଡ଼ କରିପାରିଛନ୍ତି। ସ୍ଥାନୀୟ ରାଜକୋଟରେ ବାସ କରୁଥିବା ଶିକ୍ଷକ ହରଦେବ ସିଂ ଜାଡେଜାଙ୍କ ଝିଅ କିନ୍ନରୀ ବା ବିବାହରେ ଏଭଳି ନିଆରା ଉପହାର ମାଗିଛନ୍ତି। କିନ୍ନରୀଙ୍କୁ ବହି ପଢ଼ିବା ପାଇଁ ଭଲ ଲାଗିଥାଏ। ନିଜ ସଉକ ପୂରଣ ପାଇଁ ସେ ଶାଶୁଘରକୁ ବିଦା ସମୟରେ ବାପାଙ୍କୁ ଏଭଳି ଅନୁରୋଧ କରିଥିଲେ। କିନ୍ନରୀଙ୍କ ଏହି ଅନୁରୋଧରେ ସ୍ବାମୀ ପୂର୍ବଜିତ୍‌ ସିଂ ବେଶ ଆନନ୍ଦିତ ହୋଇଥିବା କହିଛନ୍ତି। ତେବେ ପିତା ପରିଶ୍ରମ କରି ବିଭିନ୍ନ ଧର୍ମଗନ୍ଥ ସହିତ ଆଧୁନିକ ବହି ଯୋଗାଡ଼ କରି ନେଇ କିନ୍ନରୀଙ୍କ ଶାଶୁଘରେ ଦେଇ ଆସିଛନ୍ତି।

Share