ବିବାହରେ ମନ୍ତ୍ର ବଦଳରେ ପଢ଼ାଗଲା ଆମେ ଭାରତବାସୀ…

କାଙ୍କେର,୨୭।୨: ବିବାହରେ ମନ୍ତ୍ର ପାଠ କରାଯାଇଥାଏ। ତେବେ ଛତିଶଗଡ଼ କାଙ୍କେରରେ ଏକ ଏକ ବିବାହ ଉତ୍ସବରେ ମନ୍ତ୍ର ବଦଳରେ ଆମେ ଭାରତବାସୀ ପାଠ କରାଯାଇ କନ୍ୟା-ବର ପରସ୍ପରକୁ ଜୀବନ ସାଥିଭାବେ ଗ୍ରହଣ କରିଛନ୍ତି। ଏହା ସହିତ ସମ୍ବିଧାନ ପାଠ ମଧ୍ୟ କରାଯାଇଛି। ସହରରେ ବାସ କରୁଥିବା ଚନ୍ଦେଲ ପରିବାରରେ ହୋଇଥିବା ବିବାହ ଉତ୍ସବରେ ଏଭଳି ହୋଇଛି। ଏହି ଅଞ୍ଚଳ ମାଓବାଦୀ ପ୍ରବଣ। ଲୋକଙ୍କ ମଧ୍ୟରେ ଦେଶର ସମ୍ବିଧାନ ପ୍ରତି ବିଶ୍ୱାସ ଜନ୍ମାଇବା ପାଇଁ ଏଭଳି କରାଯାଇଛି। ପଣ୍ଡିତଙ୍କ ବଦଳରେ ଜଣେ ପ୍ରଫେସର ସମ୍ବିଧାନ ପାଠ କରି କନ୍ୟା-ବରଙ୍କୁ ଶପଥ ଦେଇଛନ୍ତି।

Share