Categories: ଫୁରସତ

ବିବାହର ଅଢେଇ ମାସ ପରେ ଥାନାରେ ପହଞ୍ଚିଲେ ୬୬ ବର୍ଷୀୟ ବୃଦ୍ଧ

ଗାଜିଆବାଦ,୨୪।୬: ଉତ୍ତର ପ୍ରଦେଶର ଗାଜିଆବାଦରେ ଏକ ରୋଚକ ଘଟଣା ଘଟିଛି। ବିବାହର ଦେଢ ମାସ ପରେ ଥାନାରେ ପହଞ୍ଚିଛନ୍ତି ଜଣେ ୬୬ ବର୍ଷୀୟ ବୃଦ୍ଧ। ସ୍ତରୀଙ୍କ ଯୋଗୁ ସେ ବରବାଦ୍‌ ହୋଇଯାଇଥିବା ପୋଲିସକୁ ଜଣାଇଛନ୍ତି। ଉକ୍ତ ବୃଦ୍ଧ ଜଣଙ୍କ ଜଣେ ବଡ ବ୍ୟବସାୟୀ। କିଛିଦିନ ତଳେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହେବା ପରେ ସେ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବିବାହର ଅଢେଇ ମାସ ପରେ ଯୁବତୀ ଜଣଙ୍କ ଲକ୍ଷ ଲକ୍ଷ ଟଙ୍କା କ୍ୟାଶ୍‌ ନେଇ ପଳେଇଛନ୍ତି। ଏବେ ଛାଡପତ୍ର ନାଁରେ ୨୦ ଲକ୍ଷ ଟଙ୍କା ମାଗୁଛନ୍ତି ବୋଲି ବୃଦ୍ଧ ଜଣଙ୍କ ପୋଲିସ ଆଗରେ କହିଛନ୍ତି। ପୋଲିସ ଛାନ୍‌ଭିନ୍‌ ପରେ ଜଣାପଡିଥିଲା ଉକ୍ତ ଯୁବତୀ ଜଣଙ୍କ ବୃଦ୍ଧଙ୍କୁ ବିବାହ କରିବା ପୂର୍ବରୁ ଅନ୍ୟ ୮ ଜଣଙ୍କୁ ବିବାହ କରି ଛାଡିଦେଇଛନ୍ତି।
ସୂଚନାଯୋଗ୍ୟ, ଗାଜିଆବାଦର ଅବନ୍ତିକାରେ ରହୁଥିବା ବ୍ୟବସାୟୀ ଯୁଗଳ କିଶୋର କିଛି ବର୍ଷ ପୂର୍ବେ ନିଜ ସ୍ତ୍ରୀଙ୍କୁ ହରାଇଥିଲେ। ପରେ ନିଜ ପରିବାରଠାରୁ ଅଗଲା ହୋଇ ରହୁଥିଲେ। ବୃଦ୍ଧ ଅବସ୍ଥାରେ ସାହାରା ଦେବା ପାଇଁ ପୁଣି ଥରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୯, ଅଗଷ୍ଟ ୧୧ରେ ମୋନିକା ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହ ଅଢେଇ ମାସ ପରେ ମୋନିକା ୬ ଲକ୍ଷ ଟଙ୍କାର ଗହଣା ଏବଂ କ୍ୟାଶ୍‌ ନେଇ ଫେରାର ହୋଇଯାଇଥିଲେ। ଏହି ଘଟଣା ଘରର ସିସିଟିଭିରେ କଏଦ୍‌ ହୋଇରହିଛି।

Share