ବିବାହର ଗୋଟିଏ ଦିନ ପରେ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କଲେ ମୋନା

‘ଜସି ଜୈସି କୋଇ ନହିଁ’ ଟିଭି ସିରିୟଲର ଅଭିନେତ୍ରୀ ମୋନା ସିଂହ ଡିସେମ୍ବର ୨୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହର ଗୋଟିଏ ଦିନ ପରେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହି ସମୟର ଫଟୋଗୁଡ଼ିକ ଶେୟାର କରିଛନ୍ତି। ମୋନାଙ୍କ ଏହି ଫଟୋଗୁଡ଼ିକ ଏବେ ବେଶ୍‌ ଚର୍ଚ୍ଚାରେ। ଫଟୋ ପୋଷ୍ଟ କରି ମୋନା ତାଙ୍କ ମନର କଥା ପରିପ୍ରକାଶ କରିଥିବାବେଳେ ଖୁବ୍‌ ଖୁସି ଥିବା ଜଣାପଡୁଛନ୍ତି। ଏକ ଫଟୋରେ ସେ ତାଙ୍କ ସ୍ବାମୀ ଶ୍ୟାମଙ୍କୁ ବରଣମାଳା ପିନ୍ଧାଉଛନ୍ତି।

ଏଥିରେ ମୋନା କ୍ୟାପ୍‌ଶନ ଲେଖିଛନ୍ତି, ଜୀବନସାରା ପ୍ରେମଭରା ହସଖୁସି। ମୋନାଙ୍କ ଏହି ଫଟୋରେ ଛୋଟପରଦାର କଳାକାରମାନେ ମଧ୍ୟ କମେଣ୍ଟ କରିବାକୁ ଆଦୌ ଭୁଲି ନାହାନ୍ତି। ଅର୍ଜୁନ ବିଜ୍‌ଲାନି ଲେଖିଛନ୍ତି, ଅନେକ ଅନେକ ଶୁଭେଚ୍ଛା। ସେହିପରି ‘ନାଗିନ୍‌’ର ଅଭିନେତ୍ରୀ ସୁରଭି ଜ୍ୟୋତି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। କହିରଖୁଛୁ, ମୋନା ଏବଂ ତାଙ୍କ ପୁରୁଷ ବନ୍ଧୁ ତଥା ସାଉଥ୍‌ ଇଣ୍ଡିଆର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର ଶ୍ୟାମ ଦୀର୍ଘଦିନ ଧରି ଡେଟ୍‌ରେ ଥିଲେ। ପରେ ପରିବାର ଲୋକଙ୍କ ସହମତିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା।

Share