ବିବାହର ଗୋଟିଏ ମାସ ପରେ ସୁସ୍ମିତାଙ୍କ ଭାଇ ରାଜୀବ-ଚାରୁଙ୍କ ସମ୍ପର୍କରେ ଫାଟ !

ମୁମ୍ବାଇ: ବିବାହର ଏକ ମାସ ପରେ ସମ୍ପର୍କରେ ଫାଟ। ଏଭଳି କିଛି ଘଟିଛି ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ ସେନ ଏବଂ ସ୍ତ୍ରୀ ଚାରୁ ଅସୋପାଙ୍କ ମଧ୍ୟରେ। ବିବାହର ମାତ୍ର ଗୋଟିଏ ମାସ ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଏହା ପଛର କାରଣଟି ହେଲା ଉଭୟ ଉଭୟଙ୍କୁ ଇନ୍‌ଷ୍ଟାଗ୍ରାମରେ ଅନ୍‌ଫଲୋ କରିଛନ୍ତି। ଏପରିକି ନିଜ ନିଜର ଫଟୋକୁ ମଧ୍ୟ ବଦଳାଇଛନ୍ତି। ଏଥିରୁ ଉଭୟଙ୍କ ମଧ୍ୟରେ ନିଶ୍ଚିତ ଝଗଡ଼ା ଲାଗିଥାଇପାରେ ବୋଲି ସ୍ପଷ୍ଟ ହେଉଥିବା ଅନେକେ କହୁଛନ୍ତି। ଚାରୁଙ୍କ କିଛି ପୋଷ୍ଟ ମଧ୍ୟ ଏହାକୁୁ ନେଇ ସଙ୍କେତ ଦେଉଛି।

ଚାରୁ ଏବଂ ରାଜୀବ ଚଳିତ ବର୍ଷ ଜୁନ ୧୬ ତାରିଖରେ ରାଜସ୍ଥାନୀ ଏବଂ ବଙ୍ଗାଳୀ ପରମ୍ପରାନୁଯାୟୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ନିକଟରେ ଉଭୟେ ହନିମୁନ୍‌ରୁ ଫେରିବା ପରେ ବିବାହର ଗୋଟିଏ ମାସ ପୂର୍ତ୍ତି ପାଳିଥିଲେ।

Share