Categories: ଫୁରସତ

ବିବାହର ଦିନକୁ ପୂର୍ବରୁ ଏମିତି କଲେ ଭାବି ସ୍ବାମୀ, ଜେଲ ପଠାଇଲେ ଭାବି ସ୍ତ୍ରୀ

ଲୋକେ ନିଜ ମନପସନ୍ଦର ବ୍ୟକ୍ତିଙ୍କୁ ବିବାହ କରିବା ପାଇଁ କିଛି ବି କରିପାରନ୍ତି। ସେମିତି କିଛି କରିଛନ୍ତି ଆମେରିକାର ଟେକ୍ସାସ୍‌ରେ ରହୁଥିବା ଜଣେ ବ୍ୟକ୍ତି। ନିଜ ନିର୍ବନ୍ଧ ସରିଥିବା ଯୁବତୀଙ୍କୁ ବିବାହ କରିବା ପାଇଁ ସେ ବ୍ୟାଙ୍କ୍‌ ଲୁଟ୍‌ କରିଛନ୍ତି। ହୋଷ୍ଟନଠାରୁ ପ୍ରାୟ ୧୨୦ କିମି ଦୂରରେ ଅବସ୍ଥିତ ଗ୍ରୋଭେଟନ୍‌ ସହରରେ ରହୁଥିବା ୩୬ ବର୍ଷିୟ ହିଥ୍‌ ବମ୍ପସ୍‌ ନିଜ ବିବାହ ଖର୍ଚ୍ଚ ଉଠାଇବା ପାଇଁ ଏପରି କରି ଚର୍ଚ୍ଚାକୁ ଆସିଛନ୍ତି।
ପ୍ରକୃତ କଥାଟି ହେଲା, ହିଥ୍‌ଙ୍କର ଶନିବାର ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ବିବାହ ପାଇଁ ମୁଦି ଏବଂ ରିସେପ୍‌ଶନ ଖର୍ଚ୍ଚ ଉଠାଇବାକୁ ତାଙ୍କ ପାଖରେ ଟଙ୍କା ନ ଥିଲା। ତେଣୁ ସେ କିଛି ଉପାୟ ନ ପାଇଁ ବ୍ୟାଙ୍କ୍‌ ଲୁଟ୍‌ କରିବାକୁ ଚିନ୍ତା କଲେ। ବିବାହର ଦିନକ ପୂର୍ବରୁ ଅର୍ଥାତ୍‌ ଶୁକ୍ରବାର ନିକଟସ୍ଥ ଷ୍ଟେଟ୍‌ ବ୍ୟାଙ୍କ୍‌କୁ ଯାଇ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ ଏବଂ ସେଠାରୁ ସେ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏ କଥା ଭାବି ସ୍ତ୍ରୀ ଜାଣିବା ପରେ ତାଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। ହିଥ୍‌ ମଧ୍ୟ ଏଥିରେ ରାଜି ହୋଇଯାଇଥିଲେ। ସେ ଆତ୍ମସମର୍ପଣ କରିଥିବା ପୋଲିସ କହିଛି। ହିଥ୍‌ଙ୍କର ସିସିଟିଭି କ୍ୟାମେରାରେ କଏଦ ହୋଇଥିବା କିଛି ଫଟୋକୁ ପୋଲିସ ଫେସ୍‌ବୁକ୍‌ରେ ଶେୟାର କରିଛି।

Share