ବିବାହର ୨ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେବାକୁ ଚାହୁଁଛନ୍ତି ଏହି ନାୟିକା

ମୁମ୍ବାଇ: ବଲିଉଡ୍‌ କପୁଲଙ୍କ ବିବାହ ଯେତିକି ଚର୍ଚ୍ଚାରେ ଥାଏ ତା’ଠାରୁ ଅଧିକ ଚର୍ଚ୍ଚାରେ ଥାଏ ଏମାନଙ୍କ ବିଚ୍ଛେଦ। ୨୦୧୭ରେ ବିବାହ କରିଥିବା ବଲିଉଡ୍‌ ନାୟିକା ଅମୃତା ପୁରୀ ଏବେ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହେବାକୁ ଚାହୁଁଥିବା ଖବର ଆସିଛି। କାଇ ପୋ ଚେ, ଆୟଶା ଓ ଜଜ୍‌ମେଣ୍ଟାଲ ଭଳି ହିଟ୍‌ ଫିଲ୍ମ ଭେଟି ଦେଇଥିବା ଏହି ନାୟିକା ଏବେ ଡିଭୋର୍ସ ପାଇଁ ପ୍ରସ୍ତୁତ ହେଉଛନ୍ତି। କିଛିଦିନ ହେବ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗି ରହିଥିବା ଶୁଣିବାକୁ ମିଳିଥିଲା। ସୂଚନାଯୋଗ୍ୟ, ୨୦୧୭ରେ ଅମୃତା ମୁମ୍ବାଇର ରେସ୍ତୋରାଁ ମାଲିକ ଇମରୁନ ସେଟ୍ଟିଙ୍କୁ ବିବାହ କରିଥିଲେ। ବ୍ୟାଙ୍କକ୍‌ରେ ଏକ ପ୍ରାଇଭେଟ୍‌ ସେରିମନିରେ ଏମାନେ ନିକଟ ସମ୍ପର୍କୀୟଙ୍କୁ ନେଇ ଏହି ବିବାହ ଆୟୋଜନ କରିଥିଲେ। କିଛିଦିନ ହେବ ଏମାନଙ୍କୁ ଏକାଠି ଦେଖିବାକୁ ମିଳୁ ନ ଥିବା ବେଳେ ଏବେ ଏମାନେ ଅଲଗା ହେବାକୁ ଚାହୁଁଥିବା ଜଣାପଡିଛି। ଅମୃତାଙ୍କ ସ୍ବାମୀ ନିକଟରେ ଏକ ୟୁରୋପିଆନ ରେଷ୍ଟୁରାଣ୍ଟ ଖୋଲିଥିବା ବେଳେ ସେଠି ମଧ୍ୟ ଅମୃତା ନଜର ଆସି ନ ଥିଲେ।

Share