ବିବାହର ୬ ମାସ ପରେ ଅଲଗା ଲୁକ୍‌ରେ କମେଡି କିଙ୍ଗ୍‌

କମେଡି କିଙ୍ଗ୍‌ କପିଲ ଶର୍ମାଙ୍କୁ ବିବାହର ୬ ମାସ ପରେ ଅଲଗା ଲୁକ୍‌ରେ ଦେଖି ଫ୍ୟାନ୍‌ମାନେ ଆଶ୍ଚର୍ଯ୍ୟ ହେବା ସହ ଖୁସି ମଧ୍ୟ ହୋଇଛନ୍ତି। କପିଲ ତାଙ୍କ ଇନ୍‌ଷ୍ଟାଗ୍ରାମରେ ୨ଟି ଫଟୋ ଶେୟାର କରିଛନ୍ତି। ଗୋଟିଏରେ କଳା ଚଷମା ପିନ୍ଧି ସ୍ମାଇଲ୍‌ କରୁଥିବାବେଳେ ଆଉ ଗୋଟିଏ ଫଟୋରେ କେବଳ କଳା ଚଷମା ପିନ୍ଧିଥିବା ନଜର ଆସିଛି। ଫଟୋ ଶେୟାର କରି କପିଲ କ୍ୟାପଶନ ଲେଖିଛନ୍ତି, ‘ସ୍ମାଇଲ୍‌’ଆପଣଙ୍କୁ ଜୀବନ୍ତ କରିଦେବ। ଆପଣଙ୍କର ମନେ ଅଛି?( ୬ ମାସ ପରେ କ୍ଲିନ୍‌ ସେଭ୍‌)। କପିଲ ଏମିତି ଲେଖିଥିବା ଦେଖି ଫ୍ୟାନମାନେ ବି ବୁଝି ଯାଇଛନ୍ତି ସେ କ’ଣ କହିବାକୁ ଚାହାନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହା ବାହାଘରର ପ୍ରଭାବ। କହିରଖୁଛୁ, କପିଳଙ୍କର ବିବାହ ପୂର୍ବରୁ ନିଶ ଦାଢ଼ି ଥିଲା ଆଉ ଏବେ ପୂରା କ୍ଲିନ୍‌। ଫଟୋକୁ ଦେଖି ୟୁଜରମାନେ ଭିନ୍ନ ଭିନ୍ନ କମେଣ୍ଟ ଦେବାକୁ ଭୁଲି ନାହାନ୍ତି। କିଏ ଲେଖିଛନ୍ତି ମୁଁ ଆପଣଙ୍କ ବଡ଼ ଫ୍ୟାନ୍‌। କେହି ଲେଖିଛନ୍ତି ଏ ଲୁକ୍‌ ଆପଣଙ୍କୁ ଭଲ ଲାଗୁଛି। ଆଉ କେହି ଲେଖିଛନ୍ତି ବାହାଘର ପରେ ଏହି ଲୁକ୍‌ ଦେଖି ବହୁ ଖୁସି। ପୂରା ଡକ୍ଟରଙ୍କ ଲୁକ୍‌। କପିଲଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share