ବିବାହର ୭ ମାସ ନ ପୂରୁଣୁ ନବବିବାହିତାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା: ସ୍ବାମୀ, ଦିଅର କୋର୍ଟ ଚାଲାଣ, ନ୍ୟାୟ ଅପେକ୍ଷାରେ ମୃତକାଙ୍କ ମା’, ୨ ଭାଇ

ଜୁନାଗଡ,୧୨।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚିଚୈଗୁଡା ଗ୍ରାମରେ ଗତ ୬ତାରିଖ ମଙ୍ଗଳବାର ବିବାହର ୭ମାସ ନ ପୂରୁଣୁ ଜଣେ ନବବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା। ତାଙ୍କ ନାମ ଦୀପାଞ୍ଜଳି ମେହେର(୨୬)। ଉକ୍ତ ଦିନ ମୃତକାଙ୍କ ଭାଇ ଆଶିଷ ମେହେର ଭଉଣୀଙ୍କୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଥିବା ନେଇଁ ଜୁନାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଜୁନାଗଡ ପୋଲିସ ମୃତାକାଙ୍କ ସ୍ବାମୀ, ଦିଅର, ଶାଶୁଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚୁରା କରିଥିଲା। ଏହି ଘଟଣାରେ ଜୁନାଗଡ ପୋଲିସ ଦଫା ୩୦୨,୪୯୮ଏରେ ଏକ ମାମଳା (ନଂ. ୧୮୩/୧୯) ରୁଜୁ କରି ଘଟଣାର ୫ଦିନ ପରେ ରବିବାର ମୃତାକାଙ୍କ ସ୍ବାମୀ ଧନଞ୍ଜୟ ମେହେର ଓରଫ ମନ ଓ ଦିଅର ନାରାୟଣ ମେହେର ଓରଫ କାଳିଆଙ୍କୁ ଧର୍ମଗଡ଼ ଏସ୍‌ଡିଜେଏମ୍‌ କୋର୍ଟ ଚାଲାଣ କରିଛି। ସେହିପରି ଅଟକ ଥିବା ମୃତାକାଙ୍କ ଶାଶୁଙ୍କୁ ପୋଲିସ ଛାଡଦେଇଥିବା ଜଣାପଡିଛି। ଯାହାକୁ ନେଇଁ ପୋଲିସର କାର୍ଯ୍ୟକଳାପ ପ୍ରତି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଅନ୍ୟପକ୍ଷରେ, ମୃତକାଙ୍କ ମା ଶୁଭ୍ର ୨ ସାନ ଭାଇ ଆଶିଷ ଓ ରାହୁଲ ଏବେ ନ୍ୟାୟ ଅପେକ୍ଷାରେ ଚାହଁି ରହିଛନ୍ତି। ଏ ନେଇଁ ଜୁନାଗଡ ଆଇଆଇସି ପ୍ରଭାତ କୁମାର ସେଠିଙ୍କୁ ପଚାରିବାରୁ ମୃତାକାଙ୍କୁ ସ୍ବାମୀ ଦିଅରଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି। ସେହିପରି ମୃତାକାଙ୍କ ଶାଶୁଙ୍କୁ ବୃଦ୍ଧା ଜନିତ କାରଣରୁ ୁକୋର୍ଟ ଚାଲାଣ କରା ନ ଯାଇ ତାଙ୍କୁ ତଦନ୍ତରେ ରଖାଯାଇଛି ବୋଲି କହିଥିଲେ
ପ୍ରକାଶ ଯେ,ଜୁନାଗଡ ବ୍ଲକ ଛୋରିଆଗଡ ଗ୍ରାମର ଦୀପାଞ୍ଜଳୀ ମେହେର(୨୬)ଚିଚୈଗୁଡା ଗ୍ରାମର ଧନଞ୍ଜୟ ମେହେର(୪୦)ଙ୍କୁ ଗତ ଜାନୁୟାରୀ ୨୮ ତାରିଖରେ ବୈଦିକ ରିତୀରେ ବିବାହ କରିଥିଲେ। ଗତ ୬ତାରିଖ ମଙ୍ଗଳବାର ସକାଳରେ ଦୀପାଞ୍ଜଳୀଙ୍କ ମୃତ୍ୟୁ ହୋଇଥିବା ନେଇଁ ଚିଚୈଗୁଡା ଗ୍ରାମର ସଂପର୍କୀୟଙ୍କଠୁ ମୃତାକାଙ୍କ ମା ଘର ଲୋକେ ହଟାତ୍‌ ଖବର ପାଇଥିଲେ। ସ୍ବାମୀ ଧନଞ୍ଜୟ,ଦିଅର ନାରାୟଣ ଓ ଶାଶୁ ସମସ୍ତେ ମିଶି ସୁପରିକଳ୍ପିତ ଭାବେ ଦୀପାଞ୍ଜଳୀଙ୍କୁ ହତ୍ୟା କରିଥିବା ନେଇଁ ମୃତାକାଙ୍କ ଭାଇ ଆଶିଷ ଜୁନାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri