ବିବାହର ୮ ବର୍ଷ ପରେ ଇମ୍‌ରାନ-ଅବନ୍ତିକାଙ୍କ ସମ୍ପର୍କରେ ଫାଟ !

ମୁମ୍ବାଇ: ଦୀର୍ଘଦିନରୁ ଫିଲ୍ମ ଜଗତରୁ ନିଜକୁ ଦୂରେଇ ରଖିଥିବା ସୁପରଷ୍ଟାର ଆମିର ଖାନ୍‌ଙ୍କ ଭଣଜା ତଥା ଅଭିନେତା ଇମ୍‌ରାନ ଖାନ୍‌ଙ୍କୁ ନେଇ ନୂଆ ଚର୍ଚ୍ଚା। କାରଣଟି ହେଲା ସ୍ତ୍ରୀ ଅବନ୍ତିକା ମଲିକ ଓ ଇମ୍‌ରାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ମନୋମାଳିନ୍ୟକୁ ନେଇ ଅବନ୍ତିକା ଏବେ ଇମ୍‌ରାନଙ୍କ ସହ ନୁହେଁ ବରଂ ମା’ବାପାଙ୍କ ସହ ରହୁଛନ୍ତି। ବମ୍ବେର ପାଲି ହିଲରେ ଥିବା ଇମ୍‌ରାନଙ୍କ ଘରୁ ଅବନ୍ତିକା ଚାଲି ଯାଇଛନ୍ତି। ସମ୍ପର୍କରେ ଆସିଥିବା ଏହି ତିକ୍ତତା ଆଗାମୀ ଦିନରେ କେଉଁ ମୋଡ଼ ନେଉଛି ତାହା ସମୟ କହିବ। ତେବେ ଉଭୟଙ୍କ ପରିବାର ଏହାକୁ ଏବେ ଯୋଡ଼ିବା ଲାଗି ଚେଷ୍ଟା କରୁଛନ୍ତି।
ଦୀର୍ଘ ୮ ବର୍ଷ ଧରି ଅବନ୍ତିକାଙ୍କୁ ଡେଟ୍‌ କରିବା ପରେ ବିବାହ କରିବାକୁ ମନସ୍ଥ କରିଥିଲେ ଇମ୍‌ରାନ। ୨୦୧୧ରେ ଉଭୟ ବିବାହ କରିଥିଲେ। ୨୦୧୪ରେ ଉଭୟଙ୍କର ଏକ ଝିଅ ଜନ୍ମ ହୋଇଥିଲା, ଯିଏକି ଇମ୍‌ରାନଙ୍କ ଲାଗି ବହୁତ ଖାସ୍‌ ବୋଲି ସେ ଏକ ସାକ୍ଷାତକାରରେ କହିଥିଲେ।

Share